ବିଜେପିର ନିର୍ବାଚନୀ ସଭାରେ ଯୋଗଦେଲେ ହଜାର ହଜାର ମହିଳା

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ ): ବାଲେଶ୍ୱର ସହରର ସ୍ଥାନୀୟ ଗୋପାଲବାଡି ଠାରେ ଗତକାଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଅଛି । ଆଗାମୀ ସାଧାରଣ ନିର୍ବାଚନ ଉପଲକ୍ଷେ ଆୟୋଜିତ ଏହି ସଭାରେ ଜିଲ୍ଲା ପ୍ରବକ୍ତା ଗୌରାଙ୍ଗ ଦାସ ସଭାପତିତ୍ୱରେ କରିଥିବା ବେଳେ ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ବିଜେପି ସଦର ବିଧାୟକ ପ୍ରାର୍ଥୀ ମଦନ ମୋହନ ଦତ୍ତ ଯୋଗ ଦେଇ ମୋଦି ସରକାରଙ୍କ ଉପଲବ୍ଧି ଏବଂ ଦୁର୍ନୀତି, ଅପାରଗ, ଭ୍ରଷ୍ଟାଚାର ବିଜେଡି ସରକାରକୁ ତୀବ୍ର ସମାଲୋଚନ କରିଥିଲେ । ୧୯ ବର୍ଷର ଲମ୍ବା ଶାସନକୁ ବଦଳାଇ ରାଜ୍ୟରେ ମୋଦିଙ୍କ ଡବଲ ଇିନ ସରକାର କରିବାକୁ ଆହ୍ୱାନ କରିଥିଲେ । ବିଜେପି ସରକାରକୁ ଆସିଲେ ସମସ୍ତ ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ସହ ପକ୍କା ଘର ଓ ବେରୋଜଗାର କୁ ରୋଜଗାର ଦିଆଯିବ ବୋଲି ମତପୋଷଣ କରିଥିଲେ । ଆଗାମୀ ନିର୍ବାଚନରେ ବାଲେଶ୍ୱର ଲୋକସଭା ଓ ସମସ୍ତ ବିଧାନସଭା ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଏହି ନିର୍ବାଚନୀ ସଭାରେ ଜିଲ୍ଲା ଉପସଭାପତି ପର୍ଶୁରାମ ବେହେରା, ରବିନାରାୟଣ ମହାପାତ୍ର, ସୀତାକା” ସ୍ୱାଇଁ, ଚିତ୍ତରନ ପଣ୍ଡା, ସୁଜିତ ଦେବ, ଯୋଗେନ ରଣା, ବିନୟ ମହାରଣା, ସ୍ୱରଝଙ୍କାର ସେଠୀ, ବସୁଧରା ଦାସ, ଅନନ୍ତ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ୨୦୦୦ରୁ ଉଦ୍ଧ୍ୱର୍ ଲୋକ ଏହି ସଭାରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ