ବିଜେପିର ପଥରକଣୀ ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିଜେପି ପକ୍ଷରୁ ୭ନମ୍ବର ଜୋନ ପଥରକଣୀ ମଣ୍ଡଳର କାର୍ଯ୍ୟକର୍ତ୍ତା ପଶିକ୍ଷଣ ଶିବିର ସ୍ଥାନୀୟ ଗୋଗୁଆ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଦୟାନିଧି ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ଉଦଘାଟନ କରିଥିଲେ । ନଭେମ୍ବର ୨୪ ଓ ୨୫ ତାରିଖ ଦୁଇଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ ମଣ୍ଡଳର କାର୍ଯ୍ୟକର୍ତ୍ତାମାନେ ପ୍ରଶିକ୍ଷଣ ନେବେ । ପ୍ରଥମ ଦିବସରେ ବିଭିନ୍ନ ବିଷୟ ଗୁଡିକ ଯଥା ଭାଜପାର ଇତିହାସ ଓ ବିକାଶ, ବିଚାର ପରିବାର, ଭାଜପା ଏବଂ ଆମର ଦାୟୀତ୍ୱ, ଭାରତର ବୈଚାରିକ ମୁଖ୍ୟଧାରା ଓ ଆମର ବିଚାରଧାରା ଓ ବ୍ୟକ୍ତିତ୍ୱ ବିକାଶକୁ ଯଥାକ୍ରମେ ଅଭିମନ୍ୟୁ ଗୋଛାୟତ, ସୁନାକର ପ୍ରଧାନ, ହରିଶ ଜେନା, ଭକ୍ତବନ୍ଧୁ ମିଶ୍ର, ସୁନାକର ବେହେରା, ବ୍ରଜସୁନ୍ଦର ଭୂୟାଁ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରି ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ । ଶିବିର ପ୍ରମୁଖ ହରିଶ ଚନ୍ଦ୍ର ପ୍ରଧାନ, ନିୟନ୍ତ୍ରକ ଶେଷଦେବ ପ୍ରଧାନ, ବ୍ୟବସ୍ଥା ପ୍ରମୁଖ ବିଜୟ ମହାନ୍ତି, ବିଚିତ୍ର ପ୍ରଧାନ, ପତିତପାବନ ରାଉତ, ସର୍ବେଶ୍ୱର ଭଳ, ଦେବ ପ୍ରସାଦ ଭୋଳ, ରଞ୍ଜନ କୁମାର ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।