ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ଘରେ ଘରେ ପତାକା କାର୍ଯ୍ୟକ୍ରମ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଭାଜପାର ୪୬ ତମ ପ୍ରତିଷ୍ଠା ଦିବସ ରବିବାର ଓ ସୋମବାର ଦୁଇଦିନ ପାଳିତ ହେବ। ଏହି ଅବସରରେ ସମସ୍ତଙ୍କ ଘରେ ପତାକା ଲଗାଇବା କାର୍ଯ୍ୟକ୍ରମ ସହ ସମାଜସେବା କାର୍ଯ୍ୟ କରିବା ନେଇ ସ୍ଥିର ହୋଇଛି। ଏହି ଅବସରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ରବିବାର ତାଙ୍କ ବାସଭବନରେ ଦଳୀୟ ପତାକା ମାରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଭାଜପା ଘୁମୁସର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର, ଭାଜପା ନେତା କୁବେର ପ୍ରଧାନ, ଜୟରାମ ଖାଡେଙ୍ଗା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।