ବିଜେପିର ପ୍ରଶିକ୍ଷଣ ଶିବିର ଉଦଘାଟିତ

ହାଟଡିହି,(ବିକାଶ ବିଶ୍ୱାଳ): ଆନନ୍ଦପୁରର ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ୱରେ ପ୍ରତ୍ୟେକ ମଣ୍ଡଳରେ ଆଜିଠାରୁ ଦୁଇଦିନ ବ୍ୟାପି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ହାଟଡିହି ଶିଶୁ ମନ୍ଦିର ପରିସରରେ ହାଟଡିହି ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ଏହି ଶିବିରକୁ ବିଜେପିର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚାର ଉପାଧ୍ୟକ୍ଷ ମହେଶ୍ୱର ସାହୁ, ରାଜ୍ୟ ଓବିସି ମୋର୍ଚ୍ଚାର ଉପସଭାପତି ଭଗବାନ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ, ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ, ମହିଳାମୋର୍ଚ୍ଚା ସଭାନେତ୍ରୀ ସୁମତୀ ଜେନା, ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବରିଷ୍ଠ ବିଜେପି ନେତା ବିଜୟ ରାଉତଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଛି । ଉପସ୍ଥିତ ନେତୃବୃନ୍ଦ ଏହି ଶିବିରରେ ଯୋଗଦେଇ ଶିବିରର ଆବଶ୍ୟକତା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ହାଟଡିହି ମଣ୍ଡଳ ସଭାପତି କୈଳାଶ ସାମଲଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିବା ଏହି ଶିବିରରେ ୧୦୦ରୁ ଉର୍ଦ୍ଧ ଶିବିରାର୍ôଥ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ଅନ୍ୟ ସମସ୍ତ ମଣ୍ଡଳର ସଭାପତି ମାନଙ୍କ ସହ ବରିଷ୍ଠ ବିଜେପି ନେତା ସୁଶାନ୍ତ ଜେନା, ଦଶରଥ ଜେନା, ହରମୋହନ ଶାସିନି, ଜଗତ ଜୀବନ ଦେବତା, ଦିପ୍ତୀମୟୀ ଖୁଣ୍ଟିଆ, ସ୍ୱର୍ଣ୍ଣଲକ୍ଷ୍ମୀ ବେହେରା, ତୁଳସୀ ଜେନା, ଅନୁସୟା ରାଜ, ବିଜୟଲକ୍ଷ୍ମୀ ଜେନା, ପବିତ୍ର ମୋହନ ମଲ୍ଲିକ, ଦୀପକ ଜେନା, ସଂଗ୍ରାମ ବେହେରା, ଡମ୍ବରୁ ମହାଳିକ, ରେବତୀ ଦଳେଇ, ଲକ୍ଷ୍ମୀ ରାଜ, ଶ୍ରୀମତୀ ଦଳେଇ, ମହେଶ ବେହେରା, ଯଦୁମଣୀ ମୁଦୁଲି, ମାନସ ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ନିତ୍ୟାନନ୍ଦ ବେହେରା, ନିରଞ୍ଜନ ବିଶ୍ୱାଳ, ଦୀନବନ୍ଧୁ ମହାନ୍ତି, ରାଜ କିଶୋର ଜେନା, ରମାକାନ୍ତ ଶଙ୍ଖୁଆ, ଗୌରାଙ୍ଗ ଜେନା, ଶୁକଦେବ ପାଢ଼ୀ, ନାରାୟଣ ଜେନା, ହରିହର ଜେନା, ଲକ୍ଷ୍ମୀଧର ଜେନା, ଉପେନ୍ଦ୍ର ଘଡେଇ, ପ୍ରମୋଦ ଧଳ, ସୁଶାନ୍ତ ଜେନା, ଅତିଶ ବଳ, ସୌମ୍ୟରଞ୍ଜନ ସା, ଉମାକାନ୍ତ ତାମୁଳିଆ, ରତ୍ନାକର ବେହେରା, ପିନାକୀ ପ୍ରୀୟ ରଞ୍ଜନ ଜେନା, ରବିନ୍ଦ୍ର ଜେନା, ଦୀପକ ସାହୁ, ସତ୍ୟବ୍ରତ ସେଠୀ, ଅବିନାଶ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ