ବିଜେପିର ପ୍ରଶିକ୍ଷଣ ଶିବିର

ଚିକିଟି,(କୁରେଶୁ ସାହୁ): ବିଜେପି ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ନୂଆପଡା ଶିରିପୁରୁ ନିଳକଣ୍ଠେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଯୁବନେତା ରାଜ୍ୟକାରୀକାରିଣୀ ସଦସ୍ୟ ମୋନରଞ୍ଜନ ଦି ୟାନ ସାମନ୍ତରା ଏଥିରେ ଅଧକ୍ଷତା କରିଥିଲେ।ଏବଂ ଗଜପତି ଜିଲ୍ଲା ରାଜ୍ୟକାରୀକାରିଣୀ ସଦସ୍ୟ ସରୋଜ ସାବତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାଜପାର ଦା ଇତ୍ଵ, ବିଚାର ପରିବାର,ବିଚାର ଧାରା ଇତ୍ୟାଦି ବିଷୟରେ କର୍ମୀମାନ ଙ୍କ ସହ ଆଲୋଚନା ହୋଇଥିଲା।ଏହି ଶିବିରରେ ନୂଆପଡା ମଣ୍ଡଳ ସ୍ତରୀୟ ଚାନ୍ଦପୁର ,ନୂଆପଡା,କଳବାଡ,କୁଟିଲିଙ୍ଗୀ,କେ ନୂଆଗାଁ,ଲାଲମେଣ୍ଟା ଅଞ୍ଚଳର କର୍ମୀମାନେ ଓ ପାତ୍ରପୁର ମଣ୍ଡଳ ସଭାପତି ତ୍ରିନାଥ ମିଶ୍ର,ଯୁବମୋର୍ଚା ସଭାପତି ପ୍ରଶାନ୍ତ କୁମାର ଜାନୀ,ଦେବଦତ୍ତ ପଣ୍ଡା,ନାଗଭୂଷଣ ରାଓ,ଉମାକାନ୍ତ ସେଠୀ, ହୃଷିକେଶ ନାୟକ,ଲିଙ୍ଗରାଜ ପଣ୍ଡା,ଜି ବାଇରୀ ଉପସ୍ଥିତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ