ବିଜେପିର ବିକ୍ଷୋଭ ପ୍ରଦର୍ଶନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବିଜୁଳି ବିଭାଗର ବିଫଳତା ଏବଂ ରାଜ୍ୟ ସରକାରଙ୍କ ଟାଟା ପାୱାର କମ୍ପାନୀ ପ୍ରୀତି ପ୍ରତିବାଦରେ ଗୁରବାର ବନ୍ତ ବ୍ଲକ ବିଜେପି ପକ୍ଷରୁ ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ଛୟାଳସିଂ ସବ୍ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ମଣ୍ଡଳ ସଭାପତି ଖଗେଶ୍ୱର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀ ଧଳ ଯୋଗ ଦେଇ ରାଜ୍ୟ ସରକାରଙ୍କ ଅଘୋଷିତ ବିଦ୍ୟୁତ୍ କାଟ ସାଧାରଣ ଜନତାଙ୍କ ପାଇଁ ଯମ ଯନ୍ତ୍ରଣା ପାଲଟିଛି ବୋଲି କହିବା ସହ ଓଡିଶା ସରକାର ଟାଟା ପାୱାର କମ୍ପାନୀ ପାଖରେ ବନ୍ଧା ପଡିଛି ବୋଲି ଅଭିଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ନବ କିଶୋର ବଳ, ଶିବାନନ୍ଦ ଦାସଅଧିକାରୀ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ସାହୁ, ଗୋପାଳକୃଷ୍ଣ ଦାଶ, ସନ୍ତୋଷ ନାୟକ, କିଶୋର କିଙ୍କର ପଢିଆରୀ, ମନୋଜ ବିଶ୍ୱାଳ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଫଳତାକୁ ତୀବ୍ର ସମାଲୋଚନା କରିଥିଲେ । ବରିଷ୍ଠ ନେତା ଧ୍ରୁବ ଚରଣ ମାଝୀ, ବାବୁ ଦାସ, କିଶୋର ବିଶ୍ୱାଳ, ରମାକାନ୍ତ ନାୟକ, ଅଶୋକ ମହାନ୍ତି, ରାଜେଶ ପଣ୍ଡା, ଜିତେନ ନାଥ, ଗଦାଧର ରାଉତ, ଲକ୍ଷ୍ମୀଧର ଖିଲାର ଉପସ୍ଥିତ ଥିଲେ ।


