ବିଜେପିର ବିଜୟ ସଂକଳ୍ପ ଯାତ୍ରା ରେ ଯୋଗଦାନ କଲେ ଯୋଗୀ ଆଦିତ୍ୟ ନାଥ
ଅନୁଗୋଳ ,: ଆଜି ଅନୁଗୋଳ ବିଜୁ ମଇଦାନରେ ଭାଜପାର ବିଜୟ ସଂକଳ୍ପ ସମାବେଶରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଭାଜପାର ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟ ନାଥ ଯୋଗଦେଇ ଉଦବୋଧନ ଦେଇଛନ୍ତି। ଏହି କାର୍ୟ୍ୟକ୍ରମରେ ଢେଙ୍କାନାଳ ଭାଜପା ଏମପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି, ଲୋକ ସଭା ପ୍ରଭାରୀ ନିରଞ୍ଜନ ମିଶ୍ର, ଛେଣ୍ଡିପଦାର ଭାଜପା ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା, ତାଳଚେର ବିଧାୟକ ପ୍ରାର୍ଥୀ କାଳିନ୍ଦୀ ସାମଲ, ଅନୁଗୋଳ ବିଧାୟକ ପ୍ରର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହ ଜିଲା ଭାଜପାର କାର୍ୟ୍ୟକର୍ତ୍ତା ଓ ବହୁ କର୍ମୀମାନେ ଯୋଗ ଦେଇଛନ୍ତି।


