ବିଜେପିର ବିଧାୟକଙ୍କୁ ବଦନାମକୁ ନେଇ କୋରୋ ପଞ୍ଚାୟତ ବିଜେଡି ପକ୍ଷରୁ ପ୍ରତିବାଦ
କେନ୍ଦ୍ରାପଡ଼ା, (କେନ୍ଦ୍ରାପଡ଼ା, ଚିତ୍ତରଞ୍ଜନ ଦାସ ) କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ବିଧାୟକଙ୍କୁ ବିଜେପିର ବଦନାମ କରାଯିବା ଘଟଣାର ପ୍ରତିବାଦ କରାଯାଇଛି । ପଞ୍ଚାୟତ ସଭାପତି ଅଶୋକ କୁମାର ବରାଳଙ୍କ ନେତୃତ୍ୱରେ ରବିବାର ପାଳକଣା ଗ୍ରାମର ମା ବାସୁଳେଇ ଠାକୁରାଣୀ ପୀଠରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବିଜେପି ତୁଛାଟାରେ ହୀନ ରାଜନୈତିକ ଉଦେଶ୍ୟ ଚରିତାର୍ଥ କରିବା ପାଇଁ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କୁ ବଦନାମ କରିବାକୁ ଚେଷ୍ଟା କରିବା ଘଟଣାକୁ ପଞ୍ଚାୟତର ବିଜେଡି କର୍ମୀମାନେ ଦୃଢଭାବେ ନିନ୍ଦା କରିଛନ୍ତି । ଶରତ ସାମଲ, ରବୀନ୍ଦ୍ର ସେଠୀ, ପଦ୍ମଚରଣ ସୁତାର, ଜଗନ୍ନାଥ ନାୟକ, ସରସ୍ୱତୀ ସାହୁ, ପ୍ରମିଳା ସୁତାର, ଇତିଶ୍ରୀ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀ ଏହି ପ୍ରତିବାଦ ସଭାରେ ଯୋଗଦେଇ ବିଜେପିର ବିଧାୟକଙ୍କ ପ୍ରତି ଏଭଳି ଅସୂୟା ଭାବକୁ ଦୃଢ ବିରୋଧ କରାଯିବା ସହିତ ତୀବ୍ର ନିନ୍ଦା କରାଯାଇଛି । ଆଗାମୀ ଦିନରେ ଏହି ଘଟଣାର ପୁନରାବୃତ୍ତି ହେଲେ ବିଜେଡି ତାର ଉଚିତ ଜବାବ ଦେବ ବୋଲି ପଞ୍ଚାୟତର ବିଜେଡି ନେତାମାନେ କହିଛନ୍ତି ।