ବିଜେପିର ଭୋଟର ସଚେତନତା ମହାଅଭିଯାନ କର୍ମଶାଳା ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଜନତା ପାର୍ଟି ସଦର ନିର୍ବାଚନ ମଣ୍ଡଳୀ ପକ୍ଷରୁ ସ୍ଥାନୀୟ ଗୋପାଳଗାଁ ସ୍ଥିତ ଆୟୁଷ୍ମାନ କଲ୍ୟାଣ ମଣ୍ଡପ ଠାରେ ଭୋଟର ସଚେତନତା ମହାଅଭିଯାନର ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସମ୍ପାଦକ ଶ୍ରୀ କୃଷଚନ୍ଦ୍ର ମହାପାତ୍ର ଯୋଗଦେଇ ଭୋଟର ତାଲିକା ସଂସୋଧନ ଏବଂ ବିଜେପିର ସଂଗଠନ ବିଷୟରେ ଆଲୋକପ।।ତ କରିଥିଲେ । ଉକ୍ତ ବୈଠକ ସଦରର ନେତା ତଥା ରାଜ୍ୟ ଯୁବମୋର୍ଚ୍ଚାର ଉପ-ସଭାପତି ମ।।ନସ କୁମାର ଦତ୍ତଙ୍କ ସଭାପତିତ୍ୱ କରି ଆଗାମୀ ଦିନରେ ନୁତନ ଭୋଟରଙ୍କ ନାମ ତାଲିକା ଭୁକ୍ତ କରିବା, ପଞ୍ଚାୟତ ୱାରୀ ବିଭିନ୍ନ ଜନ ସମସ୍ୟାକୁ ନେଇ ଆନ୍ଦୋଳନ କରିବା ଆଦି ଦିଗରେ ଅନେକ ଗୁରୁତ୍ୱ ପୂର୍ଣ୍ଣ କଥା କହିଥିଲେ । କାର୍ଯ୍ୟକର୍ତ୍ତାଙ୍କୁ ଜନସାଧାରଣଙ୍କ ସମସ୍ୟା ବାବଦରେ ନିର୍ୟ୍ୟାୟକ ଲଢେଇ କରିବା ପାଇଁ ଆହ୍ୱାନ କରିବା ସହ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇରହିବା ପାଇଁ ନିବେଦନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ବାଲେଶ୍ୱରର ସଂସାଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗଦାନ କରି କେନ୍ଦ୍ରୀୟ ଯୋଜନାକୁ ତୃଣ ମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବା ଦିଗରେ କାର୍ଯ୍ୟକର୍ତ୍ତା ମାନେ ସହାୟକ ହୁଅନ୍ତୁ ବୋଲି ସାଂସଦ ପ୍ରକାଶ କରିଥିଲେ । ଆଗାମୀ ଦିନରେ ସଦର ବ୍ଲକରେ ହୋଇଥିବା ମାଳ ମାଳ ଦୁର୍ନିତୀ ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଚଞ୍ଚକତା, ନବୀନ ଓଡିଶା ଯୋଜନାରେ ଦଲୀୟ ଭିର୍ତ୍ତିକ କାର୍ଯ୍ୟ ତଥା ଏମ୍.ଜି.ନ.ଆର.ଜି.ଏସ୍ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଫଳ୍ସ ବିଲ କରି ଆତ୍ମସ।।ତ କରିବା ପ୍ରସଙ୍ଗକୁ ନେଇ ଜୋରଦାର ଲଢେଇ କରିବା ପାଇଁ ଉକ୍ତ ବୈଠକରେ ରଡମ୍ୟାପ ପ୍ରସ୍ତୁତି ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ସୁଷମାରାଣୀ ବିଶ୍ୱାଳ, ବରିଷ୍ଠ ନେତା ରବି ନାରାୟଣ ମହାପାତ୍ର ଓ ସୀତାକାନ୍ତ ସ୍ୱାଇଁ ଇଦ୍ୟାଦି ନିଜର ବ୍ୟକ୍ତବ୍ୟ ପ୍ରଦାନ କରି ଦଳକୁ ୨୦୨୪ରେ ବିଜୟ ଲାଭ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ।ଉକ୍ତ ବୈଠକରେ ସଦର ବିଜେପିର ସମସ୍ତ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ, ପୈାରପାଳିକାର ସମସ୍ତ ନିର୍ବାଚିତ କାଉନସିଲର, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ଆର.ସି.ଏମ୍.ଏସ ସଭାପତି ସବେଶ୍ୱର ମହାନ୍ତି, ଗୈାରାଙ୍ଗ ଦାସ, ଲୋକନାଥ ଭୂୟାଁ, ଗଙ୍ଗାଧର ରାଉତ, ହରେନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ଚାଟାର୍ଜୀ, ମଣ୍ଡଳ ସଭାପତି କାର୍ତ୍ତିକ ରାଉତ, ଅନିଲ ପାତ୍ର, ତପନ ଗିରି ଓ ବିଜୟ ଦାସ, ଅନନ୍ତ ନାୟକ, ମାୟାଧର ପ୍ରଧାନ, ଉପେନ୍ଦ୍ର ନାଥ ଶତପଥୀ, ସର୍ବେଶ୍ୱର ପାତ୍ର, ପର୍ଶୁରାମ ମହାନ୍ତି, ଶ୍ରୀହରି ଶୁକ୍ଳା, ବିବେକାନନ୍ଦ ରାଉତ, ମନ୍ମଥ ପାତ୍ର, ଦିଲ୍ଲିପ ମାଝୀ, ଅଶୋକ ଦାସ, ବସନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।