ବିଜେପିର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା
ଗାଙ୍ଗପୁର , (ସନ୍ତୋଷ ବିଷୋୟୀ): ଭାରତୀୟ ଜନତା ପାର୍ଟିକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ବିଜେପିର ତନରଡା ମଣ୍ଡଳ ତରଫରୁ ମାଆ ବାସଙ୍ଗ ପୀଠରେ ଏକ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ମଣ୍ଡଳ ସଭାପତି ସୁଧାଂଶୁ ଶେଖର ପୋଲାଇଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନୀଳମଣି ବିଷୋୟୀ ଯୋଗ ଦେଇ ତୃଣମୂଳସ୍ତରରୁ ଦଳକୁ ମଜବୁତ୍ କରିବା ସହ ନିଜର ପରିଶ୍ରମ ,ବୈଚାରିକ ସ୍ପଷ୍ଟତା ଏବଂ ସାଧୁତା ବଳରେ ସମସ୍ତଙ୍କ ସହ ରହିବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ I ସେହିପରି ଜିଲ୍ଳା ବିଜେପି ସାଧାରଣ ସମ୍ପାଦକ ରଞ୍ଜନ କୁମାର ରାଉତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରି ଆଗାମୀ ପଞ୍ଚାୟତ ନିର୍ବାଚନକୁ ସ୍ଵତନ୍ତ୍ର ଧ୍ୟାନ ଦେବା ପାଇଁ ମତ ରଖିଥିଲେ I ଅନ୍ୟତମ ଅତିଥି ରୂପେ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷା ପ୍ରତିନିଧି କେ. ରବିନ୍ଦ୍ର କୁମାର ପାତ୍ର ଏବଂ ପ୍ରଭାରୀ ସନ୍ତୋଷ କୁମାର ତିଆଡି ଯୋଗ ଦେଇ ବିଜେପିର କାର୍ଯ୍ୟ ପଦ୍ଧତି ଓ ସଂଗଠନ ସଂରଚନାରେ ବିଜେପି କର୍ମୀଙ୍କ ଭୂମିକା ସମ୍ପର୍କରେ ଗୂରୂତ୍ୱାରୋପ କରିଥିଲେ I କାର୍ଯ୍ୟକ୍ରମରେ ବହୁ ବିଜେପି କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ I


