ବିଜେପିର ମହାମିଶ୍ରଣ ପର୍ବ: ପଦ୍ମ ଧରିଲେ ସମୀରଙ୍କ ସମର୍ଥକ

ନିମାପଡ଼ା,(ସନ୍ତୋଷ ଦାଶ) ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀ ରେ ଘଡିକେ ଘୋଡ଼ା ଛୁଟୁଛି। ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ନ ମିଳିବାରୁ ତାଙ୍କ ସମର୍ଥକ ମାନେ ଗତ ଦୁଇ ଦିନ ପୂର୍ବେ ବିଜେଡ଼ିରୁ ସମୁହ ଭାବେ ଇସ୍ତଫା ଦେଇଥିଲେ। ଆଜି ବିଜେଡିରୁ ସମୂହ ଇସ୍ତଫା ଦେଇଥିବା ସମୀର ଦାଶଙ୍କ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ମହାମିଶ୍ରଣ କରି ନିଜର ଶକ୍ତି ପ୍ରଦର୍ଶନ କଲା ବିଜେପି । ସମୀରଙ୍କ ସେନା ବାହିନୀ ନେଇ ବିଜେପି ହେଲା ଶକ୍ତିଶାଳୀ । ମେ ୪ ତାରିଖରେ ବିଜେଡିରୁ ସମୂହ ଇସ୍ତଫା ଦେଇଥିବା ସମୀରଙ୍କ ସମର୍ଥକ ଆଜି ବିଜେପିରେ ସାମିଲ ହୋଇଛନ୍ତି । ସେପଟେ ନିମାପଡାର ଏଭଳି ଐତିହାସିକ ମିଶ୍ରଣ କେବଳ ନିମାପଡ଼ା ନୁହେଁ ରାଜ୍ୟ ରାଜନୀତିରେ ପ୍ରଭାବ ପକାଇବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ବିଜେଡିର ବିଭିନ୍ନ ପଦ ପଦବୀରୁ ସମୂହ ଇସ୍ତଫା ଦେଇଥିବା ବିଜେଡିର ଅନେକ ନେତୃତ୍ଵ ଓ ଜନ ପ୍ରତିନିଧି ଆଜି ବିଜେପିରେ ସାମିଲ ହୋଇ ସୃଷ୍ଟି କରିଛନ୍ତି ରାଜ୍ୟ ରାଜନୀତି ରେ ଅଲୋଡ଼ନ । ନିର୍ବାଚନ ପୂର୍ବରୁ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଅଶୋକ ସାହୁ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ଖଟେଇଙ୍କ ନେତୃତ୍ବରେ ବିଜେପିରେ ସାମିଲ ହୋଇଛନ୍ତି ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଉପାଧ୍ୟକ୍ଷ ଅନୁସୟା ମହାନ୍ତି, ନିମାପଡା ଏନଏଏସି ଉପାଧ୍ୟକ୍ଷ ସନ୍ତୋଷ ଦାଶ, ଛଅ ବିଜେଡି କାଉନସିଲଙ୍କ ବ୍ୟତୀତ ୨୦ରୁ ଊର୍ଦ୍ଧ୍ବ ବିଜେଡି ସମର୍ଥିତ ସରପଞ୍ଚ, ବିଜେଡି ମହିଳା, ଯୁବ, ଛାତ୍ର ସଭାପତି । ବିଜେପି ରେ ଯୋଗ ଦେଇଥିବା ବିଜେଡ଼ି କର୍ମୀ ଓ ନେତା ମାନଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ନାରୀନେତ୍ରୀ ତଥା ବିଜେପି ନିମାପଡ଼ା ବିଧାନସଭା ପ୍ରାଥିନୀ ପ୍ରଭାତୀ ପରିଡ଼ା ସ୍ଵାଗତ ଜଣାଇଥିଲେ। ସମୀରଙ୍କ ସମର୍ଥକ ମାନେ ବିଜେପି ରେ ଯୋଗଦାନ ପରେ ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେପିର ଶକ୍ତି ବୃଦ୍ଧି ପାଇଛି।
ନିର୍ବାଚନ ଫଳାଫଳକୁ ଏହା କେତେ ଦୂର ପ୍ରଭାବିତ କରିବ ତାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ