ବିଜେପିର ମାରାଥନ ନିର୍ବାଚନୀ ପ୍ରଚାର

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) :ଭାରତୀୟ ଜନତା ପାର୍ଟି ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ପରିବର୍ତ୍ତନ ଘଟିଛି । ୫୦ ବର୍ଷରେ ଯାହା ହୋଇନଥିଲା ତାହା ଗତ ୫ ବର୍ଷରେ ମୋଦି କରିଛନ୍ତି ବୋଲି ବନ୍ତ ହାଟ ପଡିଆ ଠାରେ ଆୟୋଜିତ ବିଜେପିର ନିର୍ବାଚନୀ ସଭାରେ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକରୀ ଯୋଗ ଦେଇ ଅଭିଭାଷଣରେ କହିଥିଲେ । ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂ ଯୋଗ ଦେଇ ସଡକ ନିର୍ମାଣ ପାଇଁ ଓଡିଶାକୁ କେନ୍ଦ୍ର ତରଫରୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇଛି । ନବୀନ ବାବୁ ଓଡିଶାବାସୀଙ୍କ ବିଶ୍ୱାସ ହରାଇଛନ୍ତି । ରାଜ୍ୟରେ ବେରୋଜଗାରୀ ବୃଦ୍ଧି ପାଇଥିବା ବେଳେ ମହିଳା ମାନେ ଅସୁରକ୍ଷିତ ହୋଇପଡିଛନ୍ତି । ସେହିପରି ରାଜ୍ୟରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇଛି । ବିଜେପି ସରକାର ଗଠନ ହେଲେ ପ୍ରଥମେ ମହିଳା ମାନଙ୍କୁ ସୁରକ୍ଷା ଦେବା ସହିତ ଚାଷୀ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ଏଥିସହିତ ଭଦ୍ରକ ଲୋକସଭା ଓ ଭଣ୍ଡାରିପୋଖରୀ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଉଭୟ ନେତା ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଭାଜପା ଜିଲା ସଭାପତି ତଥା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ବଦ୍ରୀ ନାରାୟଣ ଧଳଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ପୂର୍ବତନ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ଭାଜପା ନେତ୍ରୀ ମନସ୍ମିତା ଖୁଣ୍ଟିଆ ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ଜେନା, ପ୍ରାକ୍ତନ ଜିଲା ପରିଷଦ ସଭ୍ୟା ରୀନା ସିଂ, ପ୍ରାକ୍ତନ ସଭ୍ୟ ଦେବେନ୍ଦ୍ର ତ୍ରିପାଠୀ, ବିଜେପି ଜିଲା କୋଷାଧ୍ୟକ୍ଷ ପ୍ରଦୀପ୍ତ ବିଶ୍ୱାଳ, ଯୁବ ନେତା ସୁରେଶ ସାମଲ, ବନ୍ତ ମଣ୍ଡଳ ସଭାନେତ୍ରୀ ପଙ୍କଜିନୀ ଲେଙ୍କା, ବରଡେଶ୍ୱର ମଣ୍ଡଳ ସଭାପତି ଗୌରହରି ନନ୍ଦ, ମହତାବ ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶ, ରାଜୀବ ଲୋଚନ ସାହୁ, ରବି ନାରାୟଣ ସାହୁ, ସରପଞ୍ଚ କିଶୋର କିଙ୍କର ପଢିଆରୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ସିନେତାରକା ପିଙ୍କି ପ୍ରିୟଦର୍ଶନୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ହଜାର ହଜାର କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ