ବିଜେପିର ମିଶିଲେ କଂଗ୍ରେସ ଓ ବିଜେଡି କର୍ମୀ

ନୟାହାଟ (ଜୁଗାବ୍ଦ ନ୍ୟୁଜ୍‍):ପ୍ରାର୍ଥୀ ଚୟନରେ ଅସନ୍ତୋଷପ୍ରକାଶ କରି ଗୁରୁବାର କାକଟପୁର ବ୍ଳକ୍ର କୁଣ୍ଡେଇ ପଞ୍ଚାୟତର ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ବିଧାୟକ ରବି ମଲ୍ଲିକ ପ୍ରଚାର କରୁଥିବାବେଳେ ବିଜେଡି କର୍ମୀ ଉପେନ୍ଦ୍ର ସୁବୁଦ୍ଧି, ସୋମନାଥ ବେହେରା ଓ କଂଗ୍ରେସ କର୍ମୀ ରାମଚନ୍ଦ୍ର ସାହୁ, କୈଳାସ ବେହେରା, ସନ୍ତୋଷ ଡାକୁଆ ପ୍ରମୁଖଙ୍କ ନେତୃତ୍ୱରେ ପାଞ୍ଚଶହ କର୍ମୀ ବିଜେପିରେ ଯୋଗ ଦେଇଥିଲେ । ବିଜେପି ପ୍ରାର୍ଥୀ ରବି ମଲ୍ଲିକ ସେମାନଙ୍କୁ ଦଳୀୟ ଟୋପି ସହ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ