ବିଜେପିର ମିଶ୍ରଣ ପର୍ବରେ ସାଂସଦ, ପୂର୍ବ ସାଂସଦ ସମେତ ବହୁ ବରିଷ୍ଠ ନେତା
ବିଜେପିରେ ଯୋଗ ଦେଉଥିବା ନେତୃମଣ୍ଡଳୀ
ପରିବର୍ତନର ବଡ ସଙ୍କେତ -ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ରାଜ୍ୟ ବିଜେପିରେ ଯୋଗ ଦେଉଥିବା ନେତୃମଣ୍ଡଳୀ ଓଡିଶାରେ ପରିବର୍ତନର ଆକାଂକ୍ଷା ରଖୁଛନ୍ତି । ଏହା ପରିବର୍ତନର ବଡ ସଙ୍କେତ ବୋଲି ରାଜ୍ୟ ବିଜେପି ମୁଖ୍ୟାଳୟରେ ଦଳ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ସାଂସଦ, ପୂର୍ବ ସାଂସଦଙ୍କ ସମେତ ବହୁ ବରିଷ୍ଠ ନେତାଙ୍କୁ ଦଳକୁ ସ୍ୱାଗତ କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମସ୍ତଙ୍କ ଯୋଗଦାନ ରାଜ୍ୟ ବିଜେପିକୁ ମଜବୁତ୍ କରିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ନେତୃତ୍ୱକୁ ସ୍ୱୀକାର କରିି ଓଡିଶାର ବର୍ଷିୟାନ ରାଜନେତା ତଥା ସାଂସଦ ଅର୍ଜୁନ ଚରଣ ସେଠୀ ଏବଂ ତାଙ୍କ ସହ ଯୋଗଦେଇଥିବା ଭଦ୍ରକ ଜିଲ୍ଲାର ଅନେକ ରାଜନୈତିକ ନେତୃବୃନ୍ଦ ତଥା ପୂର୍ବତନ ବିଧାୟକ ମଧୂସୁଦନ ପାଣିଗ୍ରାହୀ, ପୂର୍ବତନ ବିଧାୟକ ପ୍ରଫୁଲ କୁମାର ଜେନା, ପ୍ରତାପ ଚନ୍ଦ୍ର ଧଳ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତିା ସେହିପରି ଦଳରେ ଯୋଗଦେଇଥିବା ଓଡିଶାର ଜଣାଶୁଣା ସାମାଜିକ ନେତୃତ୍ୱ ତଥା ପୂର୍ବତନ ସାଂସଦ ମୋହନ ଜେନା, ରଣପୁର ଅଂଚଳର ରମେଶ ପଣ୍ଡାଙ୍କ ସୁପୂତ୍ର ସିଦ୍ଧାର୍ଥ ପଣ୍ଡା, ଡ.ମମତା ମହାନ୍ତି ଓ ଅନେକ କାର୍ଯ୍ୟକର୍ତାଙ୍କ ଉପସ୍ଥିତି ଦଳ ପାଇଁ ସହାୟକ ହେବା ସହ ଶକ୍ତି ବଢାଇବ ବୋଲି ସେ କହିଛନ୍ତି । ଦଳରେ ଯୋଗଦେଇଥିବା ଅର୍ଜୁନ ସେଠୀ କେବଳ ଜଣେ ରାଜନୈତିକ ବ୍ୟକ୍ତିତ୍ୱ ନୁହଁନ୍ତି, ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସେ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ଭଦ୍ରକରେ ଲମ୍ବା ସମୟ ଜନପ୍ରତିନିଧିତ୍ୱ କରିଥିବା ସେଠୀ ଆଜି ଯେଉଁ ରାଜନୈତିକ ପଦକ୍ଷେପ ନେଲେ, ଓଡିଶାର ରାଜନୈତିକ ସମୀକରଣର ଏହା ବହୁତ ବଡ ସଙ୍କେତ । ଏଥିରୁ ମାସକବ୍ୟାପୀ ଥିବା ନିର୍ବାଚନୀ ସମର ଆଗକୁ କଣ ହେବ, ତାର ଝଲକ୍ ଏବେଠୁ ଦେଖିବାକୁ ମିଳିଲାଣି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।