ବିଜେପିର ସଂସଦୀୟ ଦଳ ବୈଠକ ଦିଲ୍ଲୀରେ ଆରମ୍ଭ
(ଯୁଗାବ୍ଦ ନ୍ୟୁଜ ) ଆଜି କେନ୍ଦ୍ରୀୟ ସଂସଦୀୟ ଦଳର ବୈଠକ ଦିଲ୍ଲୀରେ ଅନୁଷ୍ଟିତ ହେବାକୁ ଯାଉଛି । ଆଠଟି ସଂସଦୀୟ କ୍ଷେତ୍ରରେ କବ୍ଚା କରିଥିବା ବିଜେପିର ସାଂସଦୀୟ ମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ସେମାନେ କେନ୍ଦ୍ର ମ୍ନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଦେଖା କରି୍ବା ପରେ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ନବ ନିଯୁକ୍ତ ସାଂସଦ ଗୁଡିକ ହେଲେ ସୁରେଶ ପୁଜାରୀ , ସଂଗୀତା କୁମାରୀ ସିଂଦେଓ ପ୍ୱସନ୍ତ ପଣ୍ଡା, ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ , ବିଶେଶ୍ୱର ଟୁଡୁ । ଚଳିତ ସାଧାରଣ ନିର୍ବାଚନରେ ୨୧ଟି ଆସନରୁ ବିଜେଡି ୧୨ ବିଜେପି ୮ ଓ ଜାତୀୟ କଂଗ୍ରେସ ଗୋଟିଏ ଲେଖାଁଏ ଆସନରେ ବିଜୟ ହୋଇଥିଲେ ।