ବିଜେପିର ସାଂଗଠନିକ ପ୍ରସ୍ତୁତି ବୈଠକ

ବାଲେଶ୍ୱର : ସ୍ଥାନୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଭବନରେ ବିଜେପିର ଏକ ସାଂଗଠନିକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି, ବୈଠକରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ଦୁର୍ନୀତି ବିଷୟରେ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଇଥିଲେ। କେନ୍ଦ୍ର ସରକାରଙ୍କ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ରେ ରାଜ୍ୟକୁ ଦିଆଯାଉଥିବା ଅର୍ଥର ବିନିଯୋଗ ଠିକରେ ହେଉନାହିଁ, ଶାସକ ବିଜେଡି ନେତାଙ୍କ ପ୍ରିୟାପ୍ରୀତି ଓ ପିସି କାରବାର ପାଇଁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ବିଜେପି ଆଗାମୀ ଦିନରେ ଜନଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି। ତାସହିତ ଆଗାମୀ ୨୮ ଫେବୃଆରୀ ଭୁବନେଶ୍ଵର ଜନତା ମଇଦାନରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହାଙ୍କ ଉପସ୍ଥିତରେ ଅନୁଷ୍ଠିତ ହେବାକୁ ଥିବା ସିଏଏ ଜନସଭା ବିଷୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ସୂଚନା ଦେଇଥିଲେ। ଉକ୍ତ ଜନସଭାକୁ ସାଂଗଠନିକ କାର୍ଯ୍ୟକର୍ତ୍ତାମାନେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରିବାର ସହମତି ପ୍ରକାଶ କରିଛନ୍ତି। ସଭା କାର୍ଯକୁ ଜିଲ୍ଲା ସାଧାରଣ ସମ୍ପାଦକ ମିହିର ପାଣି ସଞ୍ଚାଳନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଞ୍ଜିତ ଦାସ, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଦାସ, ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି, ରେମୁଣା ବ୍ଲକ ଚେୟାରମ୍ୟାନ୍ ସୁକାନ୍ତ ପଟ୍ଟନାୟକ, ରାକେଶ ମଲ୍ଲିକ ଓ ଅଂଶୁମାନ ମହାନ୍ତି ମଞ୍ଚରେ ଉପସ୍ଥିତ ଥିଲେ। ସଭାକାର୍ଯ୍ଯକୁ ପରିଚାଳନା କରିବାରେ ଜିଲ୍ଲା ଯୁବମୋର୍ଚ୍ଚା ସମେତ ଅନେକ ବରିଷ୍ଟ ନେତା ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ