ବିଜେପିର ସାଂଗଠନିକ ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ବନ୍ତ ବ୍ଲକ ଟିଲୋ ଠାରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପସଭାନେତ୍ରୀ ପଙ୍କଜିନୀ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀ ନାରାୟଣ ଧଳ, ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ରାକେଶ ମଲ୍ଲିକ ଯୋଗ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ଯଶସ୍ୱୀ କରାଇବା ପାଇଁ ୱାର୍ଡ ସ୍ତରରେ ସଂଗଠନକୁ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବାକୁ ଆହ୍ୱାନ ଦେଇଥିଲେ । ଏଥିସହିତ ନରେନ୍ଦ୍ର ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ନବକିଶୋର ବଳ, କିଶୋର କିଙ୍କର ପଢିଆରୀ, ଶଙ୍କର୍ଷଣ ଜେନା, ସରୋଜ ମଲ୍ଲିକ, ପୂର୍ଣ୍ଣ ଚନ୍ଦ୍ର ସାହୁ, ନିରୁପମା ରାଉତ, ମନୋଜ ବିଶ୍ୱାଳ, ଶୁଭକାନ୍ତ ଜେନା, ଲକ୍ଷ୍ମୀଧର ସାହାଣୀ, ଜଳଧର କର, ଧ୍ରୁବ ମାଝୀ, ଉଦ୍ଧବ ଜେନା, ହରେକୃଷ୍ଣ ସେନାପତି, ଜିତେନ ନାଥ, ଲକ୍ଷ୍ମୀଧର ଖିଲାର, ଅକ୍ଷୟ ନାୟକ, ମନୋରଂଜନ ପଣ୍ଡା ଯୋଗ ଦେଇଥିଲେ ।


