ବିଜେପିର ସାଂପ୍ରଦାୟିକବାଦୀ ଶାସନ ଓ ବିଜେଡିର ଦୁର୍ନୀତି ବିରୋଧରେ ସିପିଆଇର ପଦଯାତ୍ରା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଓଡିଶା ରାଜ୍ୟ କମିଟି ଡାକରାରେ ଗତ ତା ୧୪.୦୫.୨୦୨୩ରିଖ ଠାରୁ ୩୧.୦୫.୨୦୨୩ ରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜେପି ହଟାଅ, ଦେଶ ବଂଚାଅ, ରାଜ୍ୟ ବଂଚାଅ ବିଜେଡି ହଟାଅ ଡାକରାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ରାପଡାରେ ଗାଁ କୁ ଗାଁ ଓ ସହରକୁ ସହର ଅନୁଷ୍ଠିତ ପଦଯାତ୍ରା କାର୍ଯ୍ୟକ୍ରମର ଆଜି ଶେଷ ଦିବସରେ କେନ୍ଦ୍ରାପଡା ସହରରେ ସାନ୍ତସାହି ପୋଲ ଠାରୁ ପଦଯାତ୍ରା ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ ଦେଇ ତିନିମୁହାଣୀ ଠାରେ ଶେଷ ହୋଇଯାଇଛି । ଏହି ପଦଯାତ୍ରା ସମୟରେ ପଥପ୍ରାନ୍ତ ସଭା ମାନଙ୍କରେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସାଥି ଜୟନ୍ତ ଦାସ, ଜିଲ୍ଲା ସଂପାଦକ ସାଥି ରମଣୀ ରଞ୍ଜନ ରାଉତରାୟ, ସହ ସଂପାଦକ ଆଦିକନ୍ଦ ରାଉଳ, ଇଓଞଟଉ ଜିଲ୍ଲା ସଭାପତି ବାବାଜି ଧଳ, ମାର୍ଶାଘାଇ- ମହାକାଳପଡା ଜୋନ ସଂପାଦକ ବିକାଶ ଚନ୍ଦ୍ର ବେଉରା, ଜିଲ୍ଲା ପରିଷଦ ସଭ୍ୟ ସୀତାକାନ୍ତ ନାୟକ,ନିରଞ୍ଜନ ଦାସ, ସୁହାନା ବେଗମ, ସଂଯୁକ୍ତା ରାଉତ, ଅଭୟ ଦାସ,ଶଶିକାନ୍ତ କୁଣ୍ଡ, ସଞ୍ଜୟ ବସନ୍ତିଆ,ପ୍ରଦୀପ ବେହେରା ପ୍ରମୁଖ ଯୋଗଦେଇ କେନ୍ଦ୍ରର ମୋଦି ସରକାର ୮ବର୍ଷ ଭିତରେ ୪୦୦ ଟଙ୍କା ଗ୍ୟାସକୁ୧୨୦୦ଟଙ୍କାରେ, ୬୦ ଟଙ୍କା ପେଟ୍ରୋଲକୁୁ ୧୦୩ ଟଙ୍କାରେ ପ୍ରଭୃତି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଆକାଶ ଛୁଆଁ ଦରବୃଦ୍ଧି ସାଙ୍ଗକୁ ପୁଲୱାମା ଭଳି ସମ୍ବେଦନ ଶୀଳ କଥାକୁ ସୃଷ୍ଟି କରି ଦେଶ ସାରା ଉତେଜନା ସୃଷ୍ଟି କରିବା, ଅପର ପକ୍ଷରେ ବ୍ୟାଙ୍କ, ବୀମା, ବନ୍ଦର, ସଡକ, ରାଷ୍ଟ୍ରୀୟ ଉଦ୍ୟୋଗକୁ ଘରୋଇକରଣ କରିବା, ସମ୍ବିଧାନକୁ ନମାନି ଏକଛତ୍ର ବାଦୀ ନୀତିକୁ ଗ୍ରହଣ କରିବା, ରାଜ୍ୟ ସରକାର ୨୪ ବର୍ଷ ଭିତରେ ବେକାରୀ ବୃଦ୍ଧି, ଦୁର୍ନୀତି, ଲୋକଙ୍କ ଟିକସରେ ଦରମା ନେଉଥିବା କର୍ମଚାରୀଙ୍କ ଦ୍ୱାରା ଓଡିଶାର ଶାସନକୁ ପରିଚାଳନା କରିବା, ବିଜେପିର ଗୋଡାଣିଆ ହୋଇ ରସାତଳକୁ ଓଡିଶାକୁ ନେବା ସହିତ ୭୫ ବର୍ଷ ପରେ କେନ୍ଦ୍ରାପଡାରେ ସରକାରୀ ଉଦ୍ୟମରେ ଏକ ବୃହତ ଶୀତଳ ଭଣ୍ଡାର ନହେବା, ପାସେଞ୍ଜର ଟ୍ରେନ ନଗଡିବା, ଏକ ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପ୍ରତିଷ୍ଠା ଆଦି ନକରାଯିବା ଭଳି ଓଡିଶା ସରକାରଙ୍କର ବିଫଳତାକୁ ନେତୃତ୍ୱ ମାନେ ଦୃଢ ନିନ୍ଦା କରିବା ସହ ଦାବୀ ଉପସ୍ଥାପନ କରିଥିଲେ । ଆଗାମୀ ୨୦୨୪ ନିର୍ବାଚନରେ ସିପିଆଇ ବିକଳ୍ପ ଭାବରେ ନିର୍ବାଚନରେ ଅବତୀର୍ଣ୍ଣ ହେବ ବୋଲି ରାଜ୍ୟ ନେତୃତ୍ୱ ଦୃଢୋକ୍ତି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ