ବିଜେପିର ସାମ୍ବାଦିକ ସମ୍ମିଳନୀ : ୧୦ ପଞ୍ଚାୟତର ପ୍ରାର୍ଥୀ ଘୋଷଣା
ବନ୍ତ, (ଚାନ୍ଦିନୀ ମହାନ୍ତି) :ରବିବାର ବନ୍ତ ବ୍ଲକ ଓଡଙ୍ଗ ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀ ନାରାୟଣ ଧଳ ଯୋଗ ଦେଇ ପଞ୍ଚାୟତ ନିର୍ବାଚନରେ ୱାର୍ଡ ସଭ୍ୟ ଠାରୁ ସମିତି ସଭ୍ୟ ପର୍ଯ୍ୟନ୍ତ ସମସ୍ତ ପଦବୀରେ ପ୍ରାର୍ଥୀ ଦେଇ ବିଜେପି ଏକାକୀ ଲଢିବ ଏବଂ ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇବ ବୋଲି କହିଥିଲେ । ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ ଯୋଗ ଦେଇ ଜନମତକୁ ପ୍ରଭାବିତ କରିବା ପାଇଁ ଶାସକ ଦଳ କାର୍ଯ୍ୟ କରୁଛି ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ନିରୁପମା ରାଉତ, ରାଜ୍ୟ କୃଷକ ମୋର୍ଚ୍ଚା କୋଷାଧ୍ୟକ୍ଷ ଶଙ୍କର୍ଷଣ ଜେନା, ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାଶଅଧିକାରୀ, ବରଡେଶ୍ୱର ମଣ୍ଡଳ ସଭାପତି ନବକିଶୋର ବଳ, ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ ସମେତ ବହୁ ନେତୃତ୍ୱ ଓ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ପଞ୍ଚାୟତ ନିର୍ବାଚନ ପାଇଁ ୩ଟି ମଣ୍ଡଳ ଅଧିନରେ ଥିବା ୧୦ ପଞ୍ଚାୟତର ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯାଇଥିଲା । ମହତାବ ମଣ୍ଡଳ ଅଧିନ ଅଣିଜୋରେ ସରପଞ୍ଚ ପ୍ରାର୍ଥିନୀ ସସ୍ମିତା ପଣ୍ଡା, ସମିତି ସଭ୍ୟ ପ୍ରାର୍ଥିନୀ ସୁଶ୍ରୀ ପଲେଇ, ଗୋପିନାଥପୁରରେ ସରପଞ୍ଚ ପ୍ରାର୍ଥିନୀ ଯଶୋଦାରାଣୀ ମହାପାତ୍ର, ସମିତି ସଭ୍ୟ ପ୍ରାର୍ଥୀ ଅରୁପ ଧଡା, ଆଡିଆରେ ସରପଞ୍ଚ ପ୍ରାର୍ଥିନୀ ମାଳତୀଲତା ରାଉତ, ସମିତି ସଭ୍ୟ ପ୍ରାର୍ଥିନୀ ମାନସୀ ଜେନା, ରାମଚନ୍ଦ୍ରପୁରରେ ସରପଞ୍ଚ ପ୍ରାର୍ଥିନୀ ଆରତୀଲତା ମାଝୀ, ସମିତି ସଭ୍ୟ ପ୍ରାର୍ଥୀ ମାନସ ଚନ୍ଦ୍ର ଜେନା, ବନ୍ତ ମଣ୍ଡଳ ଅଧିନ ଓଡଙ୍ଗରେ ସରପଞ୍ଚ ପ୍ରାର୍ଥିିନୀ ମିନତୀ ମଣ୍ଡଳ, ସମିତି ସଭ୍ୟା ପ୍ରାର୍ଥିନୀ ତୁଳସୀ ଜେନା, ଛୟାଳସିଂରେ ସରପଞ୍ଚ ପ୍ରାର୍ଥିନୀ ସତ୍ୟଭାମା ଧଳ, ସମିତି ସଭ୍ୟ ପ୍ରାର୍ଥିନୀ ନିରୁପମା ରାଉତ, ଟିଲୋରେ ସରପଞ୍ଚ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ଜେନା, ସମିତି ସଭ୍ୟା ପ୍ରାର୍ଥିନୀ ମାନସୀ ଦାସ, ବରଡେଶ୍ୱର ମଣ୍ଡଳ ଅଧିନ ରାମକୃଷ୍ଣପୁରରେ ସରପଞ୍ଚ ପ୍ରାର୍ଥୀ ମନୋଜ ବିଶ୍ୱାଳ, ସମିତି ସଭ୍ୟ ପ୍ରାର୍ଥିନୀ ରଶ୍ମିତା ପରିଡା, ରାମପୁରରେ ସରପଞ୍ଚପ୍ରାର୍ଥୀ ଅକ୍ଷୟ କୁମାର ରାଉତ, ସମିତି ସଭ୍ୟ ପ୍ରାର୍ଥିନୀ ସସ୍ମିତା ଦେହୁରୀ, ନିଳୋକରେ ସରପଞ୍ଚ ପ୍ରାର୍ଥିର୍ନୀ କବିତା ଜେନା, ସମିତି ସଭ୍ୟ ପ୍ରାର୍ଥୀ ଉଦ୍ଧବ ଚରଣ ସେଠୀଙ୍କ ନାମ ଘୋଷଣା କରାଯାଇଥିଲା । ୨ୟ ପର୍ଯ୍ୟାୟରେ ଅବଶିଷ୍ଟ ୧୫ଟି ପଞ୍ଚାୟତର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଶ୍ରୀ ଧଳ ସୂଚନା ଦେଇଥିଲେ । ଏଥିସହ ରାମଚନ୍ଦ୍ରପୁର ପଞ୍ଚାୟତର ଦମୟନ୍ତୀ ଜେନା, ହିମାଂଶୁ ଜେନା, ବଡମହିଷଗୋଠ ପଞ୍ଚାୟତର ଚିତ୍ତରଂଜନ ଦାସ ଅନ୍ୟ ଦଳ ଛାଡି ବିଜେପିରେ ଯୋଗ ଦାନ କରିଥିବାରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା ।


