ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ ପ୍ରକାଶ କରିଥିଲେ କି ଯଶିପୁର ବିଧାୟକ ତଥା ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତଥା ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଗଣେଶ ରାମସିଂ ଦାୟିତ୍ଵ ନେବା ପରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଚ୍ଚ ଶିକ୍ଷା ବିଭାଗ ଅଧିନସ୍ଥ ମହାବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ବିକାଶ ପାଇଁ ଟ୍ରାଇବଲ ସବ ସ୍କାନ ସ୍କିମରୁ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆମର ସମସ୍ତ +୩ ମହାବିଦ୍ୟାଳୟକୁ ୧ କୋଟି ଲେଖାଏଁ ଟଙ୍କା ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉଚ୍ଚ ଶିକ୍ଷା ମନ୍ତ୍ର ସୁରଜ ସୂର୍ଯ୍ୟବଂଶୀ ଏବଂ ଆମର ପ୍ରିୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଏଥିପାଇଁ ବିଶେଷ କୃତଜ୍ଞତା ଜଣାଇଥିଲେ ।ପ୍ରଥମ ପର୍ଯ୍ୟାୟ ରେ କରଞ୍ଜିଆ ସ୍ଥିତ ପଞ୍ଚାପୀଢ ମହିଳା ମହାବିଦ୍ୟାଳୟ ରେ ପରୀକ୍ଷା ନିମନ୍ତେ ସ୍ୱତନ୍ତ୍ର ବ୍ଲକ, ଲାଇବ୍ରେରୀ, ରିଡିଙ୍ଗ ରୁମ ଆସବାସପତ୍ର ନିମନ୍ତେ ୧ କୋଟି , ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟ, କଦଡିହା ରେ ପାଚେରୀ, ମହିଳା ଶୌଚାଳୟ ଓ ନୂତନ ଗୃହ ନିମନ୍ତେ ୧ କୋଟି, କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଲାଇବ୍ରେରୀ,ଲାବୋ୍ରୋଟୋରି ନିର୍ମାଣ ନିମନ୍ତେ ୧ କୋଟି, ଠାକୁରମୁଣ୍ଡା ମାଆ ବାସୁଳି ଡିଗ୍ରୀ ମହାବିଦ୍ୟାଳୟ ଲାବର ଟୋରି, ଶ୍ରେଣୀ ଗୃହ ନିମନ୍ତେ ୧ କୋଟି ଟଙ୍କା ମଞ୍ଜୁର ହୋଇଛିଏହି ସାମ୍ବାଦିକ ସମ୍ମିଳନୀ ରେ ନଗର ମଣ୍ଡଳ ସଭାପତି ସାମ୍ବିଧାନ ମହାପାତ୍ର, ଗ୍ରାମୀଣ ମଣ୍ଡଳ ସଭାପତି ସୁନାମଣୀ ହୋ ଉପସ୍ଥିତ ଥିଲେ.