ବିଜେପିର ସେବା ସପ୍ତାହ ପାଳନ ଅବସରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିିବିର

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ସେବା ସପ୍ତାହ ପାଳନ ଅବସରରେ ଗଞ୍ଜାମ ବିଜେପି ପକ୍ଷରୁ ଉନ୍ମୋଚିତ ହୋଇଥିବା ସହାୟ ଆପ୍ ଜରିଆରେ ଜନସାଧାରଣଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ଜନିତ ସେବା ଯୋଗାଇବା ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ବର୍ତମାନ ସମୟରେ କରୋନାର ପ୍ରକୋପ ରହିଥିବା ବେଳେ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତିା ଏହାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ଏହି ସହାୟ ଆପ୍ ଜରିଆରେ ଜିଲ୍ଲାର ବିିଭିନ୍ନ ସ୍ଥାନ ମାନଙ୍କରେ ଅସହାୟ ଲୋକଙ୍କୁ ମାଗଣା ଚିକିତ୍ସା କରାଯିବା ସହ େଓøଷଧ ବଂଟନ କରାଯାଉଛି । ସେହିପରି ଆଜି ବିଜେପିର ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଓ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ତତ୍ୱାବଧାନରେ କରୋନା ସହାୟତା ଆପ୍ ସହାୟ ଜରିଆରେ ବ୍ରହ୍ମପୁର ୧ ନମ୍ବର ୱାର୍ଡ ସ୍ଥିତ ଗୁଲା ଗାଁ ରଘୁନାଥପୁର ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ଉକ୍ତ ଅଂଚଳର ଲୋକଙ୍କୁ ପ୍ରଥମେ ହେଲଥ୍ ସ୍କ୍ରିଂନି କରାଯିବା ସହ ଡାକ୍ତର ସୁବାଷ ଚନ୍ଦ୍ର ସାହୁ ଓ ଡାକ୍ତର କିରଣ ପାଣିଗ୍ରାହିଙ୍କ ଦ୍ୱାରା ଅସହାୟ ଲୋକଙ୍କ ମାଗଣା ଚିକିତ୍ସା କରାଯିବା ସହ ମାଗଣା େଓøଷଧ ବଂଟନ କରାଯାଇଥିଲା । ବିଜେପି ପକ୍ଷରୁ ଆୟୋଜିତ ଏହି ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିରରେ ବହୁ ସ୍ଥାନୀୟ ଅଂଚଳର ଲୋକେ ଯୋଗ ଦେଇ ନିଜ ନିଜର ସ୍ୱାସ୍ଥ୍ୟ ଚିକିତ୍ସା କରାଇବା ସହ ସହାୟ ଆପ୍ ଜରିଆରେ ବିଜେପିର ଏଭଳି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ । କୋଭିଡ ନିୟମ ମାନି ମାସ୍କ ଓ ସାମାଜିକ ଦୂରତା ବାଜୟ ରଖି ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ପ୍ରଭାତ ଷଡଙ୍ଗୀ,ଭାବଗ୍ରାହୀ ପାଳ,ଏନ.ରାଜେନ୍ଦ୍ର କୁମାର,କିରଣ କୁମାର ସାହୁ,ତ୍ରିନାଥ ମହାପାତ୍ର,ମଧୂ ସୂଦନ ସାହୁ, ,ଶିବ ପାତ୍ର,ଫାର୍ମାସିଷ୍ଟ ସିର୍ଦ୍ଧାଥ ଶଙ୍କର ପଣ୍ଡା , ରାଜୀବ କୁମାର ମିଶ୍ର,ସିଦ୍ଧାନ୍ତ ଗଙ୍ଗଦେଓ,ରବିନ୍ କୁମାର ସାହୁ,ସାଗର ମୁଖି, ନରସିଂହ ପାତ୍ର,ରଶ୍ମି ରଞ୍ଜନ ପାଳ,ସନ୍ତୋଷ କୁମାର ମହାନ୍ତି,ଚିତ ରଞ୍ଜନ ପାଠୀ,କିଷନ ମହାରଣା,ବିଜୟ କୁମାର ଗୋପାଳ, ରକି ପଣ୍ଡା,କମୋଳ ପାତ୍ର,ସନ୍ତୋଷିନୀ ସାହୁଙ୍କ ସମେତ ବହୁ ଦଳୀୟ କର୍ମୀ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ