ବିଜେପି ଅନୁଗୋଳ ବିଧାୟକ ପ୍ରାର୍ଥୀ ପ୍ରତାପ ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ପ୍ରାର୍ଥୀପତ୍ର ଦାଖଲ

ଅନୁଗୋଳ : ଅନୁଗୋଳ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଜି ବିଧିବଦ୍ଧ ଭାବେ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି l ଅନୁଗୋଳ ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ତପନ କୁମାର ଶତପଥୀଙ୍କ କାର୍ଯ୍ୟାଳୟ ରେ ଉଭୟ ଅନୁଗୋଳର ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା ପ୍ରମୁଖ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ l ଏକ ବିରାଟ ଶୋଭାଯାତ୍ରାରେ ବାହାରି ଅନୁଗୋଳ ସହରରେ ବୁଲି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ l ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ଗହଣରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ l ଉପ ଜିଲାପାଳଙ୍କ ସହ ସହକାରୀ ନିର୍ବାଚନ ଅଧିକାରୀ ଜିତେନ୍ଦ୍ର କୁମାର ସାହୁ,
ସ୍ଵରୂପା ନନ୍ଦ ସାହୁ ଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ