ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ଯୁବ ବିକାଶ କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ସାମାଜିକ ନ୍ୟାୟ ସପ୍ତାହ ପାଳନ ଅବସରରେ ବାଲେଶ୍ୱର ଜିଲା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ଯୁବ ବିକାଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲା ସଭାପତି ବିପିିନ ମାରାଣ୍ଡିଙ୍କ ନେତୃତ୍ୱରେ ସ୍ଥାନୀୟ ଅରଡ଼ ବଜାର ଫକୀର ମୋହନ ଆଦିବାସୀ କଲୋନୀଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର ଉଦଘାଟନ କରିବା ସହିତ ମୋଦୀଙ୍କ ସବକା ସାଥ ସବକା ବିଶ୍ୱାସ ଆଧାରରେ ଭାରତର ସବୁ ବର୍ଗର ଲୋକଙ୍କର ବିକାଶ ଧାରା ସମ୍ପର୍କରେ ଆଲୋଚନା କରିଥିଲେ । ଡ଼ିଆଇସି ଅଧିକାରୀ ଏସ ଆର ସିଂ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଆଦିବାସୀ ସମାଜର କଲ୍ୟାଣ ଯୋଜନାରେ ଯୁବ ଗୋଷ୍ଠୀଙ୍କ ସ୍ୱାବଲମ୍ବୀ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଶାକମ୍ବରୀ ସିଂ, ସମାଇ ଟୁଡୁ, ବିଜେପି ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ସୁବୋଧ ପଣ୍ଡା, କୀର୍ତ୍ତି ମୁର୍ମୁ, ମାନୁ ମାରାଣ୍ଡି, ସୁକୁମାର ଟୁଡୁ, କଟି ମାରାଣ୍ଡି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ