ବିଜେପି କର୍ମୀଙ୍କୁ ଭେଟିବେ ମୋଦି
ଗୋଟିଏ ପଟେ ଦେଶରେ ଭୋଟ ଗଣତି ଚାଲିଥିବା ବେଳେ ଏନଡିଏ ସରକାରରେ ହଟଚମଟ ଦେଖିବାକୁ ମିଳିଛି । ଚଳିିତ ଥର ଜନାଦେଶ ବିଜେପି ସପକ୍ଷରେ ଆସ୍ତେ ଆସ୍ତେ ସ୍ପଷ୍ଟ ହେବା ପରେ ବିଜେପି ଉସ୍ରାହିତ ହୋଇପଡିଛି । ସୂଚନା ଅନୁସାରେ ଆଜି ମୋଦି ନିଜ ଦଳର କର୍ମୀ ମାନଙ୍କୁ ଭେଟିବା ସହିତ ଆସନ୍ତା କାଲି କ୍ୟାବିନେଟ ବୈଠକ ଡାକିଥିବା ସୂଚନା ମିଳିଛି । ବୈଠକ ସଂପର୍କରେ କିଛି ସୂଜନା ନଥିବା ବେଳେ ନୂତନ ସରକାର ଙ୍କ ଏଜେଣ୍ଡା କଣ ରହିବ ତାହା ଅନୁମାନ କରାଯାଉଛି ।


