ବିଜେପି କର୍ମୀଙ୍କ ପରଲୋକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଞ୍ଚାୟତ ନିଳାଦ୍ରୀ ଗ୍ରାମର ସାମାଜିକ କର୍ମୀ ସଦାନନ୍ଦ ଜେନାଙ୍କର ଆଜି ପରଲୋକ ଘଟିଛି । ବାର୍ଦ୍ଧକ୍ୟଜନିତ କାରଣରୁ ସେ ଅନେକ ଦିନ ହେବ ପକ୍ଷାଘାତରେ ଶଯ୍ୟାଶାୟୀ ଥିବାବେଳେ ଆଜି ହୃଦଘାତ ଯୋଗୁ ତାଙ୍କର ପରଲୋକ ଘଟିଥିବା କୁହାଯାଉଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ଜେନା ଦୀର୍ଘବର୍ଷ ହେବ ପଞ୍ଚାୟତ ଅଞ୍ଚଳରେ ସାମାଜିକ କର୍ମୀ ଭାବେ କାର୍ଯ୍ୟ କରୁଥିବାବେଳେ ବିଜେପି ସମର୍ଥିତରେ ମଧ୍ୟ ସମିତିସଦସ୍ୟ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ । ଆଜି ମୃତ୍ୟୁ ଖବର ପାଇ ପଞ୍ଚାୟତ ବିଜେପି ସଭାପତି ରତ୍ନାକର ରାଉତ, ରାମଚନ୍ଦ୍ର ସାହୁ, ମାନଗୋବିନ୍ଦ ଜେନା, କଳାକାର ରଣା, ଗଣେଶ ଦାସ, କେଦାର ସାହୁ, ଲାଲମୋହନ ବାରିକ ପ୍ରମୁଖ ପାର୍ଥିବ ଶରୀରର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।


