ବିଜେପି କାର୍ଯ୍ୟାଳୟ ଠାରେ ଭାରତୀୟ ଜନତା ପାର୍ଟି ଛତ୍ରପୁର ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ଛତ୍ରପୁର (ଦେବଦତ୍ତ ମହାରଣା): ଭାରତୀୟ ଜନତା ପାର୍ଟିର ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ଏନଏସି ମଣ୍ଡଳ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ପୁତି ଗୋପାଳପୁର ସ୍ଥିତ କାର୍ଯ୍ୟାଳୟ ପରିସରରେ ମଣ୍ଡଳ ସଭାପତି ସଂଜୀତ୍ କୁମାର ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ଅନୁସୁଚିତ ଜାତି ମୋର୍ଚ୍ଚା ର ସଭାପତି ପ୍ରଶାନ୍ତ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ପୂର୍ବତନ ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢି ଉଦଘାଟନୀ ଭାଷଣ ଦେଇଥିବା ବେଳେ ଛତ୍ରପୁର ମଣ୍ଡଳ ପ୍ରଭାରୀ ତଥା ବରିଷ୍ଠ ନେତା ଡ. ସୁବାଷ ସାହୁ ଯୋଗ ଦେଇ ଦଳର ତଥା ମଣ୍ଡଳର ଆଗାମୀ ରାଜନୈତିକ ତଥା ଆର୍ଥିକ ସ୍ଥିତିକୁ ମଜବୁତ୍ କରିବା ପାଇଁ ମାର୍ଗ ଦର୍ଶନ କରିଥିଲେ । ମଣ୍ଡଳ ସଂପାଦକ ଡି.ସୁରେଶ ରେଡ୍ଡି ମଣ୍ଡଳର ରାଜନୈତିକ ଚିଠା ଆଗତ କରିଥିଲେ । ବହୁ ପୁରାତନ ଛତ୍ରପୁର ଏନଏସିକୁ ମ୍ୟୁନସିପାଲଟି ଘୋଷଣା କରିବା, ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଯୋଗ ଓ ମୁଖ୍ୟ ବିନୋଦ କେନ୍ଦ୍ର କରିବା, କୃଷକ ବଜାର ନିକଟରେ ଥିବା ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ କରିବା, ଆର୍ଯ୍ୟପଲ୍ଲୀ ଠାରୁ ସାତପଡା ପର୍ଯ୍ୟନ୍ତ ସାଗରମାଳା ପ୍ରୋଜେକ୍ଟରେ ରାସ୍ତା ନିର୍ମାଣ କରାଇବା, ସରକାରୀ ମହାବିଦ୍ୟାଳୟ ଛକ, ପାଲିଆ ଛତ୍ରପୁର ଛକ ଓ ଡିଆରଡିଏ ଛକ ଠାରେ ତୁରନ୍ତ ଓଭରବ୍ରିଜ ନିର୍ମାଣ କରିବା, ଛତ୍ରପୁର ଠାରେ ସ୍ମୋର୍ଟସ କମ୍ପେ୍ଲକ୍ସ ଗଠନ କରିବା, ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ପ୍ରତିଷ୍ଠା କରିବା, ଛତ୍ରପୁର ସହରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୁର୍ତ୍ତି ସ୍ଥାପନ କରାଇବା ସମେତ ବିଭିନ୍ନ ଦାବି ଗୁଡିକ ଏହି ଚିଠାରେ ରହିଛି । ଏହି ଚିଠା ପ୍ରସ୍ତାବକୁ ଅନ୍ୟତମ ସଂପାଦକ ଅମରେଶ ମହାରଣା ସମର୍ଥନ ଜଣାଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂପାଦକ ଲକ୍ଷ୍ମୀନାରାୟଣ ପଣ୍ଡା, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଦେବେନ୍ଦ୍ର ଶର୍ମା, ଲିଙ୍ଗରାଜ ନାୟକ ଓ ଚୈତନ୍ୟ ପ୍ରଧାନଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ