ବିଜେପି କୃଷକ ମୋର୍ଚା ପକ୍ଷରୁ ଦିନଦୟାଲ ଉପାଧ୍ୟାୟ ଙ୍କ ତିରୋଧାନ ଦିବସ ସପ୍ତାହରେ ଶ୍ରଦ୍ଧାଞ୍ଜଳି

କରଞ୍ଜିଆ,( ଜିତେନ୍ଦ୍ର ରାଜ): ଭାରତୀୟ ଜନତା ପାର୍ଟି ରଜିଲ୍ଲା କୃଷକ ମୋର୍ଚା ପକ୍ଷରୁ କରଞ୍ଜିଆ ବାମନାଶାଳ ଠାରେ ଦିନଦୟାଲ ଉପାଧ୍ୟାୟ ଙ୍କ ତିରୋଧାନ ଦିବସ ସପ୍ତାହ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି
ଜିଲ୍ଲା କୃଷକ ମୋର୍ଚା ସଭାପତି ମଦନ ମୋହନ ମହାନ୍ତ ଙ୍କ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ ମହାନ୍ତ,ତାଟୋ ମଣ୍ଡଳ ସଭାପତି ଦିଲ୍ଲୀପମହାନ୍ତ, ଜିଲ୍ଲା କୃଷକମୋର୍ଚା ସାଧାରଣ ସମ୍ପାଦକ ଚିନ୍ମୟ କୁମାର ପଲେଇ,ପ୍ରମୁଖ ଙ୍କସହିତ ଶତାଧିକ କାର୍ଯ୍ୟକର୍ତା ଯୋଗଦେଇ ଥିଲେ
କାର୍ଯ୍ୟକ୍ରମ ରେ ଦିନଦୟାଲ ଉପାଧ୍ୟାୟଙ୍କ ତ୍ୟାଗ ତପସ୍ୟା ଓ ବଳିଦାନ ଯୋଗୁଁ ଆଜି ଏକ ପରମ ବୈଭବଶାଳି ରାଷ୍ଟ୍ର ଗଠନ ସମ୍ଭବ ହୋଇ ପାରିଛି ବୋଲି ବକ୍ତା ମାନେ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଭାରତମାତା ଓ ଦିନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ରାଷ୍ଟ୍ର ବନ୍ଦନା ଗାନ କରାଯାଇଥିଲା । ବକ୍ତା ମାନେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୀବନୀ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୃଷକ ମୋର୍ଚା ସଂଯୋଜକ ପରେଶ ଦାସ ଙ୍କ ପିତା ଚାରୁ ଚନ୍ଦ୍ର ଦାସ ଙ୍କ ନିଧନ ହୋଇଥିବାରୁ ୨ ମିନିଟ ନୀରବ ପ୍ରାର୍ଥନା କରି ସ୍ବର୍ଗତ ଆତ୍ମା କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ