ବିଜେପି କୃଷକ ମୋର୍ଚ୍ଚାର ଦାବୀ ପତ୍ର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଜେପି ଦଳ ତରଫରୁ ରାଜ୍ୟରେ ଦୀର୍ଘ ତେଇଶି ବର୍ଷର ସ୍ଥାଣୁ,ଅପାରଗ,ନିଷ୍କ୍ରିୟ,ଚାଷୀ ବିରୋଧୀ ବିଜେଡି ସରକାରର ଚାଷୀ ମାରଣନୀତିର ନିରା କରଣ ଓ ସୁରକ୍ଷା ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଉପଜିଲ୍ଲାପାଳଙ୍କୁ ଦେଇଛନ୍ତି । ବିଜେପି ଦଳ ତରଫରୁ ଏକ ଶୋଭାଯାତ୍ରାରେ ହାତରେ ଦଳିୟ ପତାକା ଓ ପ୍ଲାକାର୍ଡ ଧରି ଉପଜିଲ୍ଲାପାଳ କାର୍ଯ୍ୟଳୟକୁ ଆସିଥିଲେ । ଏହି ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟ ସାରା କୃଷିଯନ୍ତ୍ରପାତି କିଣାରେ ଦିଆଯାଇଥିବା ରିହାତି କାରବାରରେ ବ୍ୟାପକ ଦୁର୍ନିତି ର ସିବିଆଇ ତଦନ୍ତ କରାଯାଉ ।ରାଜ୍ୟରେ ଧାନ କିଣାରେ ମଣ୍ଡି ସ୍ତରରୁ ନେଇ ମନ୍ତ୍ରୀସ୍ତର ପର୍ଯ୍ୟନ୍ତ ଏକ ର୍ୟାକେଟ ମାଧ୍ୟମରେ ବ୍ୟାପକ ଅବ୍ୟବସ୍ଥା ଓ ଚରମ ଦୁର୍ନିତିରେ ଚାଷି ମାନେ ପ୍ରଚୁର ମାତ୍ରାରେ କ୍ଷତି ଗ୍ରସ୍ତ ଓ ଶୋଷଣର ଶିକାର ହେଉଛନ୍ତି । କେନ୍ଦ୍ର ସରକାର ପ୍ରଦତ ରିହାତି ମୁଲ୍ୟର ସାରକୁ ସମବାୟ ବିଭାଗକୁ କମ ଓ ଘରୋଇ ବିତରକ ମାନଙ୍କୁ ଅଧିକ ପରିମାଣରେ ଆବଣ୍ଟନ କାହା ସ୍ୱାର୍ଥରେ କରାଯାଉଛି ।ସାରର କଳା ବଜାରି ହେଉଛି ।ଏହି ଭଳି ଅନେକ ଦାବୀ ରହିଛି ଓ ଏହି ସମସ୍ତ ଉପରେ ସିବିଆଇ ତଦନ୍ତ କରାଯ୍ାଉ ବୋଲି ଉଲ୍ଲେଖ ରହିଛି ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅବନେଶ୍ୱର ପ୍ରଧାନ,ରାଜ୍ୟକାର୍ଯ୍ୟକାରିଣି ସଦସ୍ୟ ପଦ୍ମ ଚରଣ ଦାସ,ଜିଲ୍ଲା ମହିଳା ମୋର୍ଚ୍ଚ ସମ୍ପାଦକ କୁସୁମି ପ୍ରଧାନ,ଜିଲ୍ଲା ସ୍ୱଛଭାରତ ସଂଯୋଜିକା କଳ୍ପନା କହଁର,ଗୋପିନାଥ ଦଳବେହେରା,ଦେବେନ୍ଦ୍ର କୁଦେଇ,ସୁଷମା ସାହୁ,ସ୍ନେହଲତା ବେହେରା,ଆଦିକନ୍ଦ ପଟ୍ଟନାୟକ,ସୁରେନ୍ଦ୍ର ପାତ୍ର ଓ ଅନ୍ୟ କର୍ମିମାନେ ସାମିଲ ଥିଲେ ।