ବିଜେପି କୃଷକ ମୋର୍ଚ୍ଚା ତରଫରୁ ଧାନ ସଂଗ୍ରହ ଅଭିଯାନ ପ୍ରସ୍ତୁତି
ରାଇକିଆ, (ପ୍ରଦୀପ ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ଆର ଏମ ସି ପରିସର ରେ ମଙ୍ଗଳାବର ବିଜେପି କୃଷକ ମୋର୍ଚ୍ଚା ତରଫରୁ ଧାନ ସଂଗ୍ରହ କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅବନେଶ୍ୱର୍ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ପୁଲିନ ପ୍ରକାଶ ପୁହା, ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ପଣ୍ଡା , ସଧାରଣ ସମ୍ପାଦକ ମାନ ଗୋବିନ୍ଦ ପ୍ରଧାନ ଯୋଗ ଦେଇ ଧାନ ସଂଗ୍ରହ କୁ ନେଇ ଗୁରୁତ୍ଵ ପୂର୍ଣ୍ଣ ସୂଚନା ଦେବା ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ବିଶେଷ କରି ସର୍ବ ନିମ୍ନ ସହାୟକ ମୂଲ୍ୟ ରେ ୮୦୦ ଟଙ୍କାର ସବସିଡି ସମେତ ସମୁଦାୟ ୩୧୦୦ ଟଙ୍କା, ପ୍ରତ୍ୟେକ ସବ ଡିଭିଜନ ରେ ଅତ୍ୟାଧୁନିକ କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା, କୃଷକ ପରିବାର ର ପିଲାଙ୍କୁ ଶିକ୍ଷା ପାଇଁ ଆର୍ଥିକ ସହାୟତା, ବିଦ୍ୟାଲକ୍ଷ୍ମୀ ଯୋଜନା ରେ ଉଚ୍ଚ ଶିକ୍ଷା ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି ସମ୍ପର୍କ ରେ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ । କୃଷକ ମାନେ ଯେପରି ଏହାର ସୁବିଧା ପାଇ ପାରିବେ ସେ ନେ଼ଇ ବ୍ୟାପକ ସଚେତନତା ପାଇଁ ଦଳୀୟ କର୍ମକର୍ତା ଙ୍କୁ କାର୍ଯ୍ଯ କରିବା ପାଇଁ ପରାମର୍ଶ ଦେଇଥିଲେ । ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ର କୃଷକ ମୋର୍ଚ୍ଚା ର ସଦସ୍ୟ ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।