ବିଜେପି ଗଂଜାମ ଶାଖା ପକ୍ଷରୁ ଉନ୍ନୟନ କାର୍ଯ୍ୟରେ ଶୀତଳତା
ଗଞ୍ଜାମ, (ବିନୋଦ କୁମାର ପଲେଇ):ଗଞ୍ଜାମ ଏନଏସିରେ ଉନ୍ନୟନ କାର୍ଯ୍ୟରେ ଶୀତଳତା, କିଛି ଅସାଧୁ କର୍ମଚାରୀଙ୍କ ନାଁରେ ଦୁର୍ନୀତି କରିବା ନେଇ ପ୍ରମାଣିତ ହେବା ସହ ନଗର ଉନ୍ନୟନ ବିଭଗା କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଏନଏସି କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା, ପରିମଳ ଠିକାଦାରରେ ବ୍ୟାପକ ଅନୟମିତତା , ଜୈନିକ କର୍ମଚାରୀ କଲେଜରେ ପାଠ ପଢ଼ି ସେଠାରୁ ଷ୍ଟାଇପେଣ୍ଟ ପାଇ ,ଏଠାରେ ଚାକିରୀ ଦରମା ନେଉଥିବା ନେଇ ତଦନ୍ତ ନିର୍ଦ୍ଦେଶ ଆସିଥିଲେ ମଧ୍ୟ , ତାହାର ତଦନ୍ତ କରାନଯାଇ ଚପାଇଦିଆଯିବା, ନିର୍ଦ୍ଧିଷ୍ଟ ମହିଳା ସ୍ଵୟଂ ସହାୟିକା ଗୋଷ୍ଟିକୁ ଅହେକେତୁ ଅନୁଗ୍ରହ କରିବା ସହ ତାଲିମ ନାଁ ରେ ଲକ୍ଷ ,ଲକ୍ଷ ଟାଙ୍କା ଅନୀୟମିତତା କରିବା, ୨୦୧୩ ମସିହାରେ ରାଜ୍ୟ ସରକାରଙ୍କ ତରଫରୁ ୩୬ ଲକ୍ଷ ଟଙ୍କା ବ୍ୟୟରେ ବିଜୁ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ ହୋଇଥିଲେ ସୁଦ୍ଧା ତାହା ନିର୍ମାଣ ନହୋଇ ଉକ୍ତ ଅର୍ଥକୁ ହଡପ କରି ଖାଇଯିବା, ପ୍ରମୁଖ ସମସ୍ୟା ସହ ୧୪ ଦଫା ଦାବି ନେଇ ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଶାଖା ପକ୍ଷରୁ ଗଞ୍ଜାମ ଏନଏସି ସମ୍ମୁଖରେବିକ୍ଷୋଭ ପ୍ରଦର୍ଶନ କରାଯିବ ସହ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାର ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆଜି ସାନବାଜ଼ାର ଛକ ଠାରୁ ଏକ ଏକ ଶୋଭାଯାତ୍ରାରେ ଆସି ଏନଏସି ସମ୍ମୁଖରେ ବିକ୍ଷୋଭ କରିଥିଲେ । ନଗର ସଭାପତି ସୁଦାମ ଜେନାଙ୍କ ସଭାପତିତ୍ବ ରେ ଏକ ପ୍ରତିବାଦ ସଭାରେ ଛତ୍ରପୁର ବିଧାୟକ ପାର୍ଥି ପ୍ରଶାନ୍ତ କୁମାର କର, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ କୀର୍ତ୍ତନ ଦାଶ, ଆଇନଜୀବୀ ପ୍ରଦୀପ କୁମାର ପାଢୀ, ବରିଷ୍ଠ ନେତା କାନ୍ତରୀ ଦଳେଇ ଜିଲ୍ଲା ସମ୍ପାଦକ ଭୀମସେନ ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ରଶ୍ମୀରାଣୀ ମହାପାତ୍ର, ପୁର୍ବତନ କାଉନସିଲର ଡି.କେ.ରାଓ, ରଞ୍ଜନ ବେହେରା, ଶରତ ବେହେରା, ଧନୁବେହେରା,, ଯୁବନେତା ଜୟଗୌଡ଼, ଗୁରୁଚରଣ ରାଉଳ, ମନୋଜ କୁମାର ପଣ୍ଡା, ପ୍ରମୁଖ ସାମିଲ ହୋଇଥିଲେ । ପରେ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଶୌଚାଳୟ ନିର୍ମାଣ, ମୁଖ୍ୟ ନାଳ ଓ ବନ୍ଧର ପୁନରୁଦ୍ଧାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକା ଓ ଚୟନ ପ୍ରଣାଳୀ ସାର୍ଵଜନୀନ କରିବା,ଗତ ୧୦ ବର୍ଷର ସ୍ୱତନ୍ତ୍ର ଅଡିଟ କରାଯିବା, ପ୍ରମୁଖ ସମସ୍ୟା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ରପ୍ରଦାନ କରାଯିବ ସହ ଆଲୋଚନା କରିଥିଲେ । ଗଞ୍ଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ଉପସ୍ଥିତ ଥିଲେ।


