ବିଜେପି ଘୋଷଣା କଲା ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା । ଓଡ଼ିଶାର ଗୋଟିଏ ଲୋକସଭା ଆସନ ସହ ୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ସେହି ମର୍ମରେ ଜଗତସିଂହପୁର ଲୋକସଭା ଆସନ ପାଇଁ ବିଭୁପ୍ରସାଦ ତରାଇଙ୍କୁ ଟିକେଟ୍ ଦେଇଛି ଦଳ । ସେହିପରି ରାଜ୍ୟର ୨ଟି ବିଧାନସଭା ଆସନ ଯଥା- କେନ୍ଦ୍ରାପଡ଼ାରେ ସୁନାକର ବେହେରା ଓ କାକଟପୁର ବିଧାନସଭା କ୍ଷେତ୍ର ପାଇଁ ରବି ମଲ୍ଲିକଙ୍କୁ ଟିକେଟ୍ ଦେଇଛି ବିଜେପି ।
ଅନ୍ୟପଟେ ଚତୁର୍ଥ ପର‌୍ୟ୍ୟାୟ ପାଇଁ ନାମାଙ୍କନ ପ୍ରକ୍ରିୟା ଚାଲୁ ରହିଥିବାବେଳେ ବିଜେପିର ସପ୍ତମ ପର‌୍ୟ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଏବଂ ଲୋକସଭା ପ୍ରାର୍ଥୀ ତାଲିକାରେ ଓଡ଼ିଶାର ଗୋଟିଏ ଲୋକସଭା ଓ ୨ଟି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ