ବିଜେପି ଛାଡି ବିଜୁ ଜନତା ଦଳରେ ସାମିଲ ହେଲେ ବିଜେପି କାଉନସିଲର ପାର୍ଥି
ବାଲେଶ୍ୱର, (ସରୋଜ ପଣ୍ଡା):ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ,ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶ ଏବଂ ବାଲେଶ୍ବର ସଦର ବିଧାୟକ ଶ୍ରୀଯୁକ୍ତ ସ୍ବରୂପ ଦାସଙ୍କ ଜନସେବା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଗତ ପୌର ନିର୍ବାଚନରେ ୱାର୍ଡ ନଂ ୯ରେ ବିଜେପିର କାଉନସିଲର ପାର୍ଥି ଦିନେଶ ପଟ୍ଟନାୟକ ଏବଂ ୧୩ନଂ ୱାର୍ଡର ସ୍ବାଧୀନ ପାର୍ଥି ଲକ୍ଷ୍ମୀଧର ବେହେରା ଆଜି ବିଦ୍ଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଏହି ଅବସରରେ ବାଲେଶ୍ବର ଆଜିମାବାଦ ସ୍ଥିତ ବିଜୁ ଜନତା ଦଳ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇ ଯୁବ ନେତା ଦୀନେଶ ପଟ୍ଟନାୟକ ଅଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଗତ ପୌର ନିର୍ବାଚନରେ ବିଜେପି ରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାଜିତ ହୋଇଥିଲେ,ତେବେ ସେ ବିଜେପି ରେ ଯୋଗ ଦେବା ପୂର୍ବରୁ ଦୀର୍ଘ ଦଶ ବର୍ଷ ଧରି ବିଜେଡି ର ସକ୍ରିୟ ସଦସ୍ୟ ଭାବେ ୯ ନଂ ୱାର୍ଡରେ ଜନ ସେବା କରିଆସୁଥିଲେ।ଏହି ଅବସର ରେ ବିଧାୟକ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିଵା ଲାଗି ନବାଗତ ମାନେ ୯ନଂ ୱାର୍ଡରେ ସକ୍ରିୟ ଭାବେ କାମ କରିବାକୁ ପରାମର୍ଶ ଦେଇଥିଲେ। ଆଜିର ମିଶ୍ରଣ କାର୍ଯ୍ୟକ୍ରମରେ ପୌରପାଳିକାର ଉପାଧକ୍ଷ କୈଳାଶ ଚନ୍ଦ୍ର ସେଠୀ,ପୂର୍ବତନ ଉପ ନଗରପାଳ ମନୋଜ ରାଉତ,ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଧିରେନ ନାୟକ, କାଉନସିଲର ଶେଖ ଆୟୁବ,ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ସତ୍ୟରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।


