ବିଜେପି ଛାଡି ବିଜେଡି ରେ ଯୋଗ ଦେଲେ ୧୫ ରୁ ଉର୍ଦ୍ଧ ପରିବାର

ନିମାପଡା, (ସନ୍ତୋଷ ଦାଶ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସୁ ଶାସନ , ନିର୍ମଳ ଭାବମୂର୍ତ୍ତି, ଲୋକକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତ ୧୧ ଓ ୧୨ନଂ ୱାଡ ର ୧୫ରୁ ଉର୍ଦ୍ଧ ପରିବାର ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ଵାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରିବାକୁ ଅମରେଶ୍ୱର ହାଇସ୍କୁଲ ଆସିଥିବାବେଳେ ତୁଳସୀପୁର ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ କୁମାର ସାହୁ ଓ ଅରକ୍ଷିତ ଭୋଇ ଙ୍କ ନେତୃତ୍ଵ ରେ ଭାଇଁଚିଗୋରଡି ଗ୍ରାମ ର ପ୍ରଶାନ୍ତ ସାହୁ, କୈଳାସ ସାହୁ, ରବୀନ୍ଦ୍ର ସେଠୀ, ଘନ ମଳିକ, ଯଦୁମଣି ସାହୁ, ମଧୁ ସାହୁ, ଘନଶ୍ୟାମ ସାହୁ ପ୍ରମୁଖ ୧୫ ରୁ ଉର୍ଦ୍ଧ ପରିବାର ବିଜେପି ଦଳ ଛାଡି ବିଜେଡିରେ ଯୋଗଦାନ କରି ଥିଲେ। ମନ୍ତ୍ରୀ ଶ୍ରୀ ଦାଶ ସେମାନଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଇ ଦଳ କୁ ସ୍ଵାଗତ କରିଥିଲେ। ଏମାନଙ୍କ ଦଳ ରେ ଯୋଗଦାନ ଫଳରେ ଉକ୍ତ ୱ।ର୍ଡ୍ ଓ ପଞ୍ଚାୟତ ରେ ବିଜେଡ଼ି ଦଳ ଅଧିକ ମଜଭୁତ ହୋଇପାରିଲା ଵୋଲି ତୁଳସୀପୁର ପଞ୍ଚାୟତ ବିଜେଡ଼ି ସଭାପତି ଶ୍ରୀ ସାହୁ ପ୍ରକାଶ
କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ