ବିଜେପି ଜିଲା ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବିଜେପି ମହିଳା ମୋର୍ଚ୍ଚାର ଜିଲା କାର୍ଯ୍ୟକାରିଣୀ ବୈଠକ ଜିଲା ସଭାନେତ୍ରୀ ତଥା ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତି ସ୍ମିତାରାଣି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ସ୍ମୃତିରେଖା ପଟ୍ଟନାୟକ ଯୋଗଦେଇ ମହିଳା ମାନେ ବର୍ତ୍ତମାନ କିଭଳି ପରିସ୍ଥିତିରେ ରହୁଛନ୍ତି ସେ ନେଇ ଉଦ୍‌ବୋଧନ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଲା ମହିଳା ମୋର୍ଚ୍ଚା ପ୍ରଭାରୀ ରଶ୍ମିମୟୀ ପଟ୍ଟନାୟକ, କନ୍ଧମାଳ ଜିଲା ବିଜେପି ସଭାପତି ଜଗନ୍ନାଥ ସାହୁ, ଜିଲା ଉପସଭାପତି ରମେଶ ମହାନ୍ତି, ପୂର୍ବତନ ଜିଲା ମହିଳା ସଭାନେତ୍ରୀ ଡ.ଅର୍ଚ୍ଚନା ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବନାରାୟଣ ପ୍ରଧାନ, ବିଜେପି ମହିଳା ନେତ୍ରୀ କୁସୁମ ପ୍ରଧାନ, ଜିଲା ସାଧାରଣ ସଂପାଦକ ଦେବେନ୍ଦ୍ର କୁଦେଇ ଓ ଅନ୍ୟମାନେ ଯୋଗଦେଇ ମାର୍ଗ ଦର୍ଶନ କରିବା ସହିତ ଆଗାମୀ ଦିନ ପାଇଁ ବିଭିନ୍ନ ପ୍ରକାର ରଣନୀତି ପ୍ରସ୍ତୁତ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପିର ଅନ୍ୟ ବହୁ ସଙ୍ଗଠନର କର୍ମକର୍ତ୍ତା ସହିତ ଜିଲା ମହିଳା ମୋର୍ଚ୍ଚାର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ । ଏହି ଅବସରରେ ଗତ ଦିନରେ ହୋଇଥିବା ପଞ୍ଚାୟତ , ଜିଲା ପରିଷଦ ଓ ପୌର ନିର୍ବାଚନରେ ବିଜୟ ଲାଭ କରିଥିବା ମହିଳା ପାର୍ଥିନୀ ମାନଙ୍କ ମଧ୍ୟ ଦଳ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ