ବିଜେପି ଜିଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ : ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା): ବିଜେପି ଜିଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ କମିଟି ବୈଠକ ଭେନ୍ୟା ପାରାଡାଇଜ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଜିଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ରଙ୍କ ପୌରହିତ୍ୱରେ ଆୟୋଜିତ ଏହି ବୈଠକରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବିଜେପି ଜିଲା ସଭାପତି ଉମାକାନ୍ତ ମାହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, ଯୁବମୋର୍ଚ୍ଚା ରାଜ୍ୟ କର୍ମକର୍ତ୍ତା ସମର ଶଙ୍କର କାନୁନଗୋ, ସୁଶାନ୍ତ ପଟ୍ଟନାୟକ, ଯୁବମୋର୍ଚ୍ଚା ଜିଲା ପ୍ରଭାରୀ ସୂରଜ ସୂର୍ଯ୍ୟବଂଶୀ ,ସୁବୋଧ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଯୁବକର୍ମକର୍ତ୍ତାଙ୍କୁ ସାଙ୍ଗଠନିକ ଅଭିବୃଦ୍ଧି, ସଂରଚନା, ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ଉପରେ ପରାମର୍ଶ ଦେଇଥିଲେ । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଥିଲା । ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । ପ୍ରାରମ୍ଭରେ ଦିବଂଗତ ଯୁବମୋର୍ଚ୍ଚା ଜିଲା ପ୍ରଭାରୀ ରଞ୍ଜିିତ ପ୍ରଧାନ, ବେଣୁ ମାଧବ ପଣ୍ଡା ଓ ଶୁଭମ ପଣ୍ଡାଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ଓ ଶାନ୍ତି ପାଠ କରାଯାଇଥିଲା । ଜଲା ଯୁବମୋର୍ଚ୍ଚା ଉପ-ସଭାପତି ସଞ୍ଜୀବ ରାଉଳ ଶେଷେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା ଜଲା ସଭାନେତ୍ରୀ ମନୀଷା ବେହେରା, ଜଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜଲା ସମ୍ପାଦକ ଆଶିଷ ଘୋଷ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖଙ୍କ ସମେତ ଜିଲାର ବିଭିନ୍ନ ମଣ୍ଡରଳରୁ ବହୁ ଯୁବ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ