ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଭେନ୍ଯା ପାରାଡ଼ାଇସ୍ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରଣନୀତି ପ୍ରସ୍ତୁତ କରାଯିବା ସହିତ ମହା ଜନ ସମ୍ପର୍କ ଅଭିଯାନର ରୂପରେଖ ବିଷୟରେ ଆଲୋଚନା କରାଯାଇଛି। ପ୍ରଦୀପ ପ୍ରଜ୍ବଳନ, ସାମୁହିକ ବନ୍ଦେ ମାତରମ୍ ପରେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ଭାଷଣରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ବୈଠକର ବିଷୟବସ୍ତୁ ଉପରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଜଣାଇଥିଲେ। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ଉଦବୋଧନରେ ସାଂଗଠନିକ ସଂରଚନା, କରଣୀୟ କାର୍ଯ୍ୟ ଓ କାର୍ଯ୍ୟ ପଦ୍ଧତି ଉପରେ ପ୍ରେରଣା ଦେଇଥିଲେ। ନିଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ପୁର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୁର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୁର୍ବତନ ବିଧାୟକ ଗୋବିନ୍ଦଚନ୍ଦ୍ର ଦାସ, ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଷମା ବିଶ୍ବାଳ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି ଓ ପର୍ଶୁରାମ ବେହେରା, ସୋର ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ, ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ, ମହିଳା ମୋର୍ଚ୍ଚା ସଭାନେତ୍ରୀ ମନୀଷା ବେହେରା, କୃଷକ ମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ବାରିକ, ଏସସି ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନା, ଏସଟି ମୋର୍ଚ୍ଚ ସଭାପତି ବିପିନ ମାରାଣ୍ଡି, ଓବିସି ମୋର୍ଚ୍ଚା ସଭାପତି ଅରବିନ୍ଦ ବେହେରାଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ, ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ, ଜନସମ୍ପର୍କ ଅଭିଯାନର ସଦସ୍ୟ ସଦସ୍ଯାଙ୍କ ସହିତ ସମସ୍ତ ଉତ୍ତରଦାୟୀ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଇଶ୍ଵର ଚନ୍ଦ୍ର ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଓ ସହ-ସଂଯୋଜକ ରଞ୍ଜିତ ପୁଷ୍ଟି, ଅରୂପ ଜେନା ଓ ଅନୀଲ କୁମାର ମହାନ୍ତି ଗଣମାଧ୍ୟମ ସଂଯୋଜନା କରିଥିଲେ।