ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଜେପିର ମିଶ୍ରଣ ପର୍ବ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ଆଜି ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି । ଏହି ମିଶ୍ରଣ ପର୍ବରେ ଗାନୁ ଭାଇଙ୍କ ନେତୃତ୍ୱରେ ବିଜେଡି ଏବଂ କଂଗ୍ରେସ ଦଳର ଶତାଧିକ କର୍ମୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ବିଜେଡିର ଅତ୍ୟାଚାରରେ ଅତିଷ୍ଠ ହୋଇ ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଜନ ହିତକାରୀ ଯୋଜନା ଓ ଆର୍ଦଶକୁ ସ୍ୱୀକାର କରି ତଥା ସ୍ଥାନୀୟ ନେତା ସଦର ବିଜେପି ବିଧାୟକ ପ୍ରର୍ଥୀ ତଥା ଜିଲ୍ଲା ସଭାପତି ମଙ୍ଗୁଭାଇଙ୍କ କାର୍ଯ୍ୟ ଦକ୍ଷତା ଓ ନେତୃତ୍ୱ ଉପରେ ଭରଷା ରଖି ବାଲେଶ୍ୱର ସଦରର ଦୀପକ କୁମାର ବେହେରା, ବିଜୟ ମୁଖୀ, ତପନ ସିଂ, ଟୁକୁ ସିଂ, ରାମଚନ୍ଦ୍ର ବାରିକ, ରବୀନ୍ଦ୍ର ବେହେରା, ସିଦେ୍ଧଶ୍ୱର ଟୁଡୁ, ସୁଶାନ୍ତ ଜେନା, ଜାଗ୍ରତ ବାରିକ, ସୁଧାଂଶୁ ପଣ୍ଡା, ସତ୍ୟ ସିଂ, ଅଜୟ ସିଂ, ଲିପୁନ ସିଂ ଆଦି ବହୁ ସଂଖ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି । ସମସ୍ତଙ୍କ ଯୋଗଦାନ ଦଳକୁ ଆଗାମୀ ନିର୍ବାଚନରେ ଶକ୍ତିଶାଳୀ କରିବା ସହିତ ମିଶନ ୧୨୦+ କୁ ସଶକ୍ତ କରିବ ବୋଲି ମତ ରଖିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ମଣ୍ଟୁ ପେରିୱାଲ, ବିଜନ ମହାରଣା, ଅରୁପ ଜେନା, ସର୍ବେଶ୍ୱର ମହାନ୍ତି, ପବନ କମିଳା, ଦିଲ୍ଲୀପ ଦାସ, ଶାନ୍ତନୁ ପୃଷ୍ଟି ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।