ବିଜେପି ଜିଲ୍ଲା ଟିମର କୋଭିଡ଼ ଟୀକାକରଣ କେନ୍ଦ୍ର ପରିଦର୍ଶନ
ବାଲେଶ୍ବର, (ସରୋଜ ପଣ୍ଡା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଉପଲକ୍ଷେ ୨୦ ଦିନ ବ୍ଯାପି ଚାଲୁଥିବା “ସେବା ଓ ସମର୍ପଣ” ଅଭିଯାନ ଅନ୍ତର୍ଗତ କୋଭିଡ଼ ଟୀକାକରଣ କେନ୍ଦ୍ର ପରିଦର୍ଶନ ଓ ସହାୟତା ଅନ୍ଯତମ। ଆଜି ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶରେ ଟୀକାକରଣ ସହାୟତା କେନ୍ଦ୍ରର ଜିଲ୍ଲା ସଂଯୋଜକ ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଣ୍ଡାଶୁଣି ଟୀକାକରଣ କେନ୍ଦ୍ର, ସୋର ଟାଊନହଲ୍ ଟୀକାକରଣ କେନ୍ଦ୍ର ଓ ବାପୁ ନୋଡ଼ାଲ ସ୍କୁଲ ଟୀକାକରଣ କେନ୍ଦ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ କେନ୍ଦ୍ର ମାନଙ୍କରେ ଉପସ୍ଥିତ ଲୋକଙ୍କୁ କୋଭିଡ଼ ସଚେତନତା, ନିୟମ ପାଳନ ଓ ମାସ୍କ ବଣ୍ଟନ କରାଯାଇଥିଲା। ଟୀକାକରଣ କେନ୍ଦ୍ର ମାନଙ୍କରେ ସୁରୁଖୁରୁରେ ଟୀକା ମିଳୁଥିବାରୁ ସାଧାରଣ ଲୋକେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପରିଦର୍ଶନ ସମୟରେ ଜିଲ୍ଲାରୁ ପୁର୍ବତ୍ତନ ଜିଲ୍ଲା ସଭାପତି ଲମ୍ବୋଧର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଓ ସୋରରୁ ନିର୍ବାଚନ ମଣ୍ଡଳୀର ନେତା ରାକେଶ ମଲ୍ଲିକ, ଜିଲ୍ଲା ଏସଟିମୋର୍ଚ୍ଚା ସଭାପତି ମୃତ୍ୟୃଞ୍ଜୟ ଜେନା, ପୁର୍ବତ୍ତନ ନଗରପାଳ ନଳୀନୀ ମହାପାତ୍ର, ଯୁବମୋର୍ଚ୍ଚାର ସଞ୍ଜିବ ରାଉଳ, ମନୋରମା ମଲ୍ଲିକ ଓ ମାଧବ ଧଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ


