ବିଜେପି ଜିଲ୍ଲା ସମବାୟ ପ୍ରକୋଷ୍ଠର ଜରୁରୀ ବୈଠକ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ବାଲେଶ୍ୱରର ସ୍ଥାନୀୟ କାଳିଦାସପୁର ସ୍ଥିତ ଡ୍ରଗିଷ୍ଟ କେମିଷ୍ଟ ଭବନ ଠାରେ ବିଜେପିର ଜିଲ୍ଲା ସମବାୟ ପ୍ରକୋଷ୍ଠର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସମବାୟ ପ୍ରକୋଷ୍ଠର ଆବାହକ ପର୍ଶୁରାମ ମହାନ୍ତିଙ୍କ ଆବାହନରେ ଅନୁଷ୍ଠିତ ଉକ୍ତ ବୈଠକରେ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ସଭାପତି ତଥା ସଦର ବିଧାୟକ ଶ୍ରୀ ମଦନ ମୋହନ ଦତ୍ତ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଯୋଗଦେଇ ଆଗାମୀ ସମବାୟ ନିର୍ବାଚନକୁ କିପରି ବିଜେପି ଲଢିବ ସେ ବିଷୟରେ ବିସୃତ ଭାବେ ଆଲୋଚନା କରାଯାଇଥିଲା । ସମବାୟ ନିର୍ବାଚନ ରାଜନୀତିର ପ୍ରଥମ ପାହାଚ ବୋଲି ମନ୍ତ୍ରୀ ଶ୍ରୀ ଷଡଙ୍ଗୀ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରେମୁଣା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ଉମାକାନ୍ତ ମହାପାତ୍ର, ରଣସାହି ସେବା ସମିତି ନିଦ୍ଦେର୍ଶକ ପର୍ଶୁରାମ ପରିଡା, ପୂର୍ବତନ ବାଲେଶ୍ୱର-ଭଦ୍ରକ ସମବାୟ ସମିତି ସଭାପତି ଆଶିସ ଦାସ, ଅଡା ନିଦ୍ଦେର୍ଶକ କୈଳାସ ବାରିକ, କୁରୁଡା ସମବାୟ ସମିତି ସଭାପତି କାର୍ତ୍ତିକ ଗିରି, ନଗ୍ରମ ସମବାୟ ସମିତି ସଭାପତି ସର୍ବେଶ୍ୱର ମହାନ୍ତି, ସିନ୍ଧିଆ ସମବାୟ ସମିତିର ସଭାପତି ବିରେନ୍ଦ୍ର କର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ