ବିଜେପି ଦଳରୁ ନିଳମ୍ବିତ ହେଲେ ଖାନପୁର ବିଧାୟକ
ଡେରାଡୁନ୍ : ହାତରେ ବନ୍ଧୁକ ଧରି ନାଚ କରିବା ମହଙ୍ଗା ପଡିଲା । ଉତ୍ତରାଖଣ୍ଡର ଖାନପୁର ବିଧାୟକ ଙ୍କୁ ବିଜେପି ଦଳରୁ କନୱର ପ୍ରଣବ ସିଂହ ବହିଷ୍କାର କରାଯାଇଥିଲା ।ପୂର୍ବରୁ ଜଣେ ସାମ୍ବାଦି୍କଙ୍କୁ ଦୁବ୍ୟବହାର ଓ ଧମକ ଦେବା ଅଭିଯୋଗରେ ତାଙ୍କୁ ବିଜେପି ବହିଷ୍କାର କରିଥିଲା । ଗତ ସପ୍ତାହରେ ନିଜର ବାସ ଭବନ ନିକଟରେ ଏକ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ତାଙ୍କର ସମର୍ଥକ ମାନେ ସହଯୋଗ କରିଥିଲେ । ନିଶାସକ୍ତ ଅବସ୍ଥାରେ ସେ ହାତରେ କାରବାଇନ ସହ ୪ ଟି ବନ୍ଧୁକ ଧରି ପାର୍ଟିରେ ନାଚି ଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ୁ ଦଳ ପକ୍ଷରୁ ନିଳମ୍ବନ କରାଯାଇଛି ।


