ବିଜେପି ନଗର ମଣ୍ଡଳ ପକ୍ଷରୁ ସେବା ଓ ସମର୍ପଣ କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ମାର୍ଗଦର୍ଶନ ଓ ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏବେ ନଳ ପକ୍ଷରୁ ଜିଲାରେ ଜାରି ରହିଛି \”ସେବା ଓ ସମର୍ପଣ’ ଅଭିଯାନ । ଏହି ପରିପ୍ରେକ୍ଷୀରେ ବିଜେପି ନଗର ମଣ୍ଡଳ ପକ୍ଷରୁ ଭାସ୍କରଗଞ୍ଜ ଯୁବକ ସଂଘ କାର୍ଯ୍ୟାଳୟ ପରିସରରେ ଏକ ନିଶୁଳ୍କ ମଧୁମେହ ପରୀକ୍ଷା ତଥା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜେପି ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜିତ ହୋଇଥିଲା । ଶିବିରରେ ୨୦୦ ରୁ ଉର୍ଦ୍ଧ ବ୍ୟକ୍ତିଙ୍କର ମଧୁମେହ ପରୀକ୍ଷା କରାଯାଇଥିବା ବେଳେ ତନ୍ମଧ୍ୟରୁ ୩୫ ଜଣଙ୍କର ରକ୍ତରେ ସର୍କରା ମାତ୍ରା ଅଧିକ ଥିବା ଜଣାପଡିଥିଲା । ଅଭିଜ୍ଞ ଚିକିତ୍ସାକଙ୍କ ଦ୍ୱାରା ମଧୁମେହ ରୋଗ ଓ ଏହାର ପ୍ରତିକାର ଏବଂ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା । ବାଲେଶ୍ୱର ରୋଟାରୀ କ୍ଲବ ସହାୟତାରେ ଅନୁଷ୍ଠିତ ଏହି ନିଶୁଳ୍କ ସ୍ୱାସ୍ଥ ଶିବିର ପରିଚାଳନାରେ ପ୍ରବାଳ ସିହ୍ନା, ଟିପୁ ପାଢ଼ୀ, ସତ୍ୟରଞ୍ଜନ ଶତପଥୀ, ଧୀରଜ ପଟେଲ, ଚନ୍ଦନ ଦାସ, ସମରେନ୍ଦ୍ର ବେହେରା, ଚନ୍ଦନ ଖିଲାର, ବିଜୟ ସାହା, କଳ୍ପଲତା ବେଦେରା, ମାଳତୀ ସେଠୀ, ମାନସୀ ଦାସ, ପରବିନ ସାହାଣୀ, ସୁମିତ୍ରା ବାରିକ, ଲାଲୁ ରାଜବଂଶୀ ପ୍ରମୁଖ ସହଯୋଗ କରିଥିଲେ ।


