ବିଜେପି ନିମାପଡା ଗ୍ରାମୀଣ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ନିମାପଡା, (ସନ୍ତୋଷ ଦାଶ):ବିଜେପି ନିମାପଡା ଗ୍ରାମୀଣ ମଣ୍ଡଳ ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ଆଜି ଶ୍ରୀମୁଖ ସ୍ଥିତ ରାଜ ଲଷ୍ମୀ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ସଭାପତି ମାନସ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ ବିଜେପି ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଯୋଗ ଦେଇଥିବାବେଳେ ଅତିଥି ଭାବେ ବିଜେପି ରାଜ୍ୟ ଉପ ସଭାନେତ୍ରୀ ପ୍ରଭାତୀ ପରିଡା, ୨୧ ନଂ ଜିଲ୍ଲାପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ଓଝା,ସାଧାରଣ ସମ୍ପାଦକ ଝିଲ୍ଲୀଲତା ଦାସ,ସମ୍ପାଦକ ଚନ୍ଦ୍ରକାନ୍ତ ପରିଡା ପ୍ରମୁଖ ଯୋଗଦାନ କରି ଆଗାମୀ ତ୍ରୀ ସ୍ତରୀୟ ପଂଚାୟତ ନିର୍ବାଚନ ସଂକ୍ରାନ୍ତ ରେ ବିଶେଷ ଆଲୋଚନା କରିଥିଲେ l ତୃଣମୂଳସ୍ତର ରୁ ଦଳ କୁ କିପରି ମଜଭୁତ କରାଯାଇପାରିବ,କେନ୍ଦ୍ର ସରକାର ଙ୍କ ଲୋକାଭିମୁଖୀ ଯୋଜନା ସାଧାରଣଲୋକ ମାନଙ୍କ ପାଖରେ ପହଂଚିବ ସେ ଦିଗରେ ଉପସ୍ଥିତ କର୍ମୀ ମାନଙ୍କୁ କାର୍ଯ୍ୟ କରିବାକୁ ଅତିଥି ମାନେ ଆହ୍ୱାନ ଦେଇଥିଲେ l ଏହି ବୈଠକ ରେ ସମସ୍ତ ବୁଥ ସଭାପତି, ପଂଚାୟତ ସଭାପତି,କାର୍ଯ୍ୟକାରିଣୀସଦସ୍ୟ ଓ ଦଳୀୟ ପଦାଧିକାରୀ ମାନେ ଯୋଗଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ