ବିଜେପି ନେତାଙ୍କ ପକ୍ଷରୁ କମ୍ବଳ ବଣ୍ଟନ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଦୋଳଗୋବିନ୍ଦ ପଡିଆ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ନେତାଙ୍କ ପକ୍ଷରୁ ଆଖପାଖ ଗ୍ରାମର ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ମଣ୍ଡଳ ସଭାପତି ନବ କିଶୋର ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଜେପି ନେତା ବଦ୍ରୀ ନାରାୟଣ ଧଳ, ଜିଲା କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ବିଶ୍ୱାଳ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶଙ୍କର୍ଷଣ ଜେନା, ରାଜ୍ୟ ପରିଷଦ ସଦସ୍ୟ ବନମାଳୀ ଜେନା, ବିଜେପି ନେତା ରାଜୀବ ଲୋଚନ ସାହୁ, ଭାସ୍କର ସେନାପତି, ତାପସ ଜେନା, ସୌଭାଗ୍ୟ ନାୟକ, ବିଶ୍ୱନାଥ ନାୟକ ଯୋଗ ଦେଇଥିଲେ । ଏଥିରେ ବିଷ୍ଣୁ ଜେନା, ଅଭିରାମ ନାଥ, ମଦନ ମୋହନ ସାହୁ, ମୁନା ମିଶ୍ର, କୈଳାସ ରାଉତ, ପୁରସ୍ତମ ମିଶ୍ର, ମଦନ ମୋହନ ସେନାପତି, ବିଦ୍ୟାଧର ସେନାପତି, ବିନୋଦ ସାହୁ ଯୋଗ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ