ବିଜେପି ନେତାଙ୍କ ମାତୃବିୟୋଗ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବଗଦା-କାଶିପୁର ଗ୍ରାମର ବରିଷ୍ଠ ବିଜେପି ନେତା ତଥା ଗଣିଜାଙ୍ଗ ପଞ୍ଚାୟତର ସଭାପତି ସୁଦର୍ଶନ ଦାସଙ୍କ ମାତା ଦୁଃଖି ଦାସ(୮୩)ଙ୍କର ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥାଇ ଘରୋଇ ଚିକିତ୍ସାରେ ଥିଲେ । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗ ଦ୍ୱାରା ନିଆ ଯାଇ ଦାହ କରାଯାଇଥିଲା । ବଡ ପୁଅ ସୁଦର୍ଶନ ମୁଖାଗ୍ନି ଦେଇଥିଲେ । ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ