ବିଜେପି ନେତା ଯଶବୀର ସିଂହଙ୍କ ଘର ଉପରେ ଆତଙ୍କବାଦୀ ଆକ୍ରମଣ: ଶିଶୁ ମୃତ , ୭ ଆହତ

ନୂଆଦିଲ୍ଲୀ: ଗୁରୁବାର ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାରେ ଥିବା ବିଜେପି ନେତା ଯଶବୀର ସିଂହଙ୍କ ଘର ଉପରେ ଆତଙ୍କବାଦୀ ଆକ୍ରମଣ। ଏହି ଆକ୍ରମଣରେ ତାଙ୍କର ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଏହାସହ ପରିବାରର ୭ଜଣ ଆହତ ହୋଇଛନ୍ତି । ଯଶବୀରଙ୍କ ପରିବାର ଛାତ ଉପରେ ଥିବାବେଳେ ଅତଙ୍କବାଦୀମାନେ ଦୂରରୁ ଗ୍ରେନେଡ୍ ଫିଙ୍ଗିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ୟୁ ହୋଇଥିଲା । ଏହା ‌ପରେ ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଜମ୍ମୁ-କଶ୍ମୀରରେ କିଛି ଦିନ ହେବ ବିଜେପି ନେତାଙ୍କୁ ଟାଗେର୍ଟ କରାଯାଉଛି । ରଜୌରୀ ଘଟଣା ପୂର୍ବରୁ ଅନନ୍ତନାଗ ଅଂଚଳରେ ବିଜେପି ନେତା ଗୁଲାମ ରସୁଲଙ୍କୁ ହତ୍ୟା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ