ବିଜେପି ପକ୍ଷରୁ ଅମୃତ ମହୋତ୍ସବ ଓ ୭୬ ତମ ସ୍ୱାଧିନତା ଦିବସ ପାଳନ

ବ୍ରହ୍ମପୁର, (ଅନିଲ କୁମାର):ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଧାନସଭା ପକ୍ଷରୁ ସ୍ଥାନୀୟ ଗାନ୍ଧୀନଗର ଛକ ଦଳୀୟ କାର୍ଯ୍ୟାଳୟ ନିକଟସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ୭୬ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀନଗର ଛକ ଠାରେ ଥିବା ମହାତ୍ମାଗାନ୍ଧୀ ଓ ଉତ୍କଳଗୌରବ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହାପରେ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତି ଦେଶ ମାତୢକା ପାଇଁ ସ୍ୱାଧିନତା ସଂଗ୍ରାମୀ ମାନଙ୍କ ବଳିଦାନ ଏବଂ ଆଜିର ଦିବସର ମହତ୍ୱ ବିଷୟରେ ନିଜର ଅଭିଭାଷଣ ରଖିଥିଲେ । ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସମଗ୍ର ଭାରତ ବର୍ଷରେ ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ଘରେ ଘରେ ଜାତୀୟ ପତାକା ଲଗାଇ ଦେଶ ମାତୢକାଙ୍କୁ ସମ୍ମାନ ଜଣାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଏନ୍.ରାଜେନ୍ଦ୍ର କୁମାର,ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ସରୋଜ ସାବତ,ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶିବ ଶଙ୍କର ଶତପଥି,କିରଣ କୁମାର ସାହୁ,କର୍ପୋରେଟର ରଞ୍ଜିତା ବେହେରା,ନୀଳକଣ୍ଠ ସାହୁ, ଡ଼ି.କରୁଣାକର,ସବିତା ସାହୁ,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ସରୋଜ ପାତ୍ର,ସତ୍ୟନାରାୟଣ ବସନ୍ତିଆଙ୍କ ସମେତ ଅନ୍ୟ ମାନଙ୍କ ମଧ୍ୟରେ ଡା.ସୁବାଷ ସାହୁ,ଡା.ଅମୁଲ୍ୟ ଚୌଧୁରୀ,ପ୍ରେମଶିଳା ନନ୍ଦ,ବର୍ଷା ବିଦ୍ୟୁସ୍ମିତା,ସନ୍ତୋଷିନୀ ସାହୁ,ବିଜୟ ପାତ୍ର,ରାଜୀବ ମିଶ୍ର,ସୁନିଲ ପାତ୍ର, ଆନନ୍ଦ ମହାଙ୍କୁଡ଼,ସରୋଜ ଦାସ, ପ୍ରଫୁଲ୍ଲ ପାଣିଗ୍ରାହୀ,ବିଜୟା ନନ୍ଦ, ପ୍ରଦୀପ ମିଶ୍ର,ସୁମନ ଶତପଥି,ପ୍ରଣୟ ମହାପାତ୍ର,ମିଲନ୍ ସିଂ,ରାମନାଥ ଗନ୍ତାୟତ,ପ୍ରମୋଦ ପଣ୍ଡା, ଏନ୍.ଏରେୟା,କମଲ୍ ପାତ୍ର,ଅର୍ଜୁନ ଜେନା ପ୍ରମୁଖଙ୍କ କାର୍ଯକର୍ତ୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ