ବିଜେପି ପକ୍ଷରୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ଓ ସିବିଆଇ ତଦନ୍ତ ଦାବି

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧା ସଳଖ ସମ୍ପୃକ୍ତି ରହିଛି । ତେଣୁ ଘଟଣାର ସିବିଆଇ ତଦନ୍ତ କରିବା ସହିତ ଗୃହରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ତୁରନ୍ତ ଗିରଫ କରାଯାଉ ବୋଲି କେନ୍ଦ୍ରାପଡା ବିଜେପି ଦାବି କରିଛି । ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନୀୟ ତିନିମୁହାଣୀ ଛକଠାରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭାରେ ବିଜେପିର ଶତାଧିକ କର୍ମୀ ଯୋଗଦେଇ ରାଜ୍ୟର ବିଜେଡି ସରକାର, ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିବା ସହ ଗୃହରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ମୃତ ମମିତାଙ୍କ ପରିବାର ବର୍ଗଙ୍କ ଅଭିଯୋଗ ଅଧାରରେ ଯେଉଁ ସବୁ ତଥ୍ୟ ସାମା୍ନକୁ ଆସିଛି, ତାହା ମୁଖ୍ୟ ଅଭିଯୁକ୍ତ ତଥା ସନସାଇନ ପବ୍ଲିକ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେଠାରେ ଯୈାନ ବ୍ୟଭିଚାର ଚାଲିଥିଲା । ଶାସକ ଦଳର ବହୁ ମନ୍ତ୍ରୀ ଓ ନେତା ସେଠାକୁ ବାରମ୍ବାର ଯାଉଥିଲେ । ଏହି ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ମୃତା ମମିତା ଖୁଲାସା କରିଦେବାକୁ କହିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଏଥିରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତିକୁ ସିଧାସଳଖ ଇସାରା କରୁଛି । ତେଣୁ ତଦନ୍ତ ପ୍ରକ୍ରିୟାକୁ ନିରପେକ୍ଷ କରିବା ପାଇଁ ଗୃହବିଭାଗ ଦାୟିତ୍ୱରେ ଥିବା ଖୋଦ ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ କରନ୍ତୁ ବୋଲି ବିଜେପି ନେତାମାନେ ଦାବି କରିଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ସୁନାକର ବେହେରା, ଜିଲ୍ଲା ଉପସଭାପତି କଳ୍ପନା ମଲ୍ଲିକ, ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ଶଶାଙ୍କ ଶେଖର ସେଠୀ, ସରୋଜକାନ୍ତ ନାୟକ, ଜିଲ୍ଲା ମିଡିଆ ସେଲର ନେହେରୁ କୁମାର ସାହୁ, ଜିଲ୍ଲା ସମ୍ପାଦକ ଅମିତାଭ ସୁଆର, ପ୍ରଜେଶ ନାୟକ, ଓବିସି ମୋର୍ଚ୍ଚା ସଭାପତି ସତ୍ୟ ପ୍ରକାଶ ସାମଲ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସେକ ବୁରହାନ ଅଲ୍ଲୀ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ରଞ୍ଜିତ ଆଚାର୍ଯ୍ୟ, ମଣ୍ଡଳ ସଭାପତି ପ୍ରଶାନ୍ତ ସେଠୀ, ଦୟାନିଧି ବଳ, ମଦନ ମୋହନ ବେହେରା, ବାଦଲ ନନ୍ଦ, ସୁକେଶ ଗୁରୁ, ସୁରେନ୍ଦ୍ର ମଲ୍ଲିକ, ନଗର ସଭାପତି ଦିଲ୍ଲୀପ ଦାସ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଶୋଭନ ଆଚାର୍ଯ୍ୟ, ମାନସ ଦାସ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କିଷ୍ଣାପଦ ମଣ୍ଡଳ, ସମ୍ପାଦକ ରତି ରଞ୍ଜନ ଜେନା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦ, ଉପସଭାନେତ୍ରୀ ଲିଜାରାଣୀ ଦାସ, ସାଧାରଣ ସମ୍ପାଦକ ଉଷାରାଣୀ ରାଉତରାୟ, ନମିତା ବଳ, ମିନୁ ମହାନ୍ତି, ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଶୀଲ ପରିଡା, ରଶ୍ମିରଞ୍ଜନ ରାଉତ, ସମ୍ପାଦକ ସିଲୁ ପ୍ରସାଦ ମହାରଣା, ଉପସଭାପତି ଫଗୁ ଚରଣ ସାହୁ, ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ବାଦଲ ମଳିକ, ଅଶୋକ ସେଠୀ, ବାସୁଦେବ ତ୍ରିପାଠୀ, ହରେକୃଷ୍ଣ ରାଉତ, ମମତାମୟୀ ସାମଲ, ଅବିନାଶ ସ୍ୱାଇଁ, ଶେଷଦେବ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ