ବିଜେପି ପକ୍ଷରୁ ଛତ୍ରପୁର ବ୍ଲକ ଓ ଏନଏସି କାର୍ଯ୍ୟାଳୟ ଘେରାଉ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ଯୋଜନା ନା ଦେଉଥିବା କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାର ଜନହିତ ଯୋଜନା ଲାଗୁ କରୁଥିବା ବେଳେ ଏଠାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଯୋଜନାକୁ ହଡପ କର ନାଁ ବଦଳାଇ ବାହା ବାହା ନେବାକୁ ବସିଛନ୍ତି । ଏହା ସଂଘୀୟ ବ୍ୟବସ୍ଥାକୁ ବିରୋଧ କରୁଥିବାରୁ ଏହା ବିରୁଦ୍ଧରେ ଭାରତୀୟ ଜନତାପାର୍ଟି ପକ୍ଷରୁ ଆଜି ରାଜ୍ୟର ସମସ୍ତ ବ୍ଲକ ଓ ପୈାରାଚଂଳ ଘେରାଉ କରିବା ଡାକରା ଦେଇଥିବା ବେଳେ ଏନେଇ ଆଜି ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଛତ୍ରପୁର ବ୍ଲକ ଏବଂ ଏନଏସି କାର୍ଯ୍ୟାଳୟ ଘେରାଉ କରିବା ସହ ମହାମହିମା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ହରିଜନ ମୋର୍ଚ୍ଚାର ସଭାପତି ଚୈତନ୍ୟ ପ୍ରଧାନ, କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, କୃଷକ ମୋର୍ଚ୍ଚା ସଭାପତି ପଦ୍ମଚରଣ ପରିଡା, ବିଜୟ କୁମାର ମୁଦୁଲୀ, ବିଜୟ ପରିଡା, ପୂର୍ବତନ ସରପଂଚ ସୁରେନ୍ଦ୍ର ସେଠୀ, ଡି.ସୁରେଶ ରେଡ୍ଡୀ, ସନ୍ତ ରାଉଳ, ପ୍ରଫୁଲ ପଣ୍ଡା, ମୁନା ବେହେରା, ଶିବରାମ ବେହେରା ,ଏନ.ଶ୍ରୀରାମୁଲୁ, ଶ୍ରୀଧର ବେହେରା, ପ୍ରମୋଦ ମହାରଣାଙ୍କ ସମେତ ବହୁ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ