ବିଜେପି ପକ୍ଷରୁ ନିମାପଡ଼ା ବ୍ଲକ ଘେରାଉ

ନିମାପଡା, (ସନ୍ତୋଷ ଦାଶ):ନିମାପଡା ବ୍ଲକ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି ବିଜେପି ଦଳ ପକ୍ଷରୁ ନିମାପଡ଼ା ବ୍ଲକ କାର୍ଯ୍ୟାଳୟ କୁ ଘେରାଉ କରାଯାଇଥିଲା।ଫନି ବାତ୍ୟାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ଜରିତଳେ ଏପର୍ଯ୍ୟନ୍ତ ପଡ଼ିରହିଛନ୍ତି। କିନ୍ତୁ ସଦ୍ୟ ପ୍ରକାଶିତ ତାଲିକା ରେ ସେମାନଙ୍କର ନାମ ନଥାଇ ବହୁ ଥିଲାବାଲା, ଶାସକ ଦଳ କୁଜି ନେତାଙ୍କ ନାମ ରହିଥିବା ଅଭିଯୋଗ କରିଛି ଦଳ।ନିମାପଡା ବ୍ଲକ ର ପ୍ରକୃତ ହିତାଧିକାରୀ ଅଦ୍ୟାବଧି କାହିଁକି ଘର ପାଇଁ ନାହାଁନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରଶ୍ନ ଉଠାଇଛନ୍ତି ।ହଜାର ହଜ଼ାର ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତାମାନେ ନିମାପଡା ପୁରୁଣା ବସଷ୍ଟାଣ୍ଡ ରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଗରୀବମାରଣ ନୀତି ବିରୋଧୀ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଂଚିଥିଲେ । କିଛି ସମୟ ପାଇଁ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ହୋଇଥିଲା । ତାଲିକା ରୁ ବାଦ ପଡିଥିବା କିଛି ଯୋଗ୍ୟ ହିତାଧିକାରୀ ବ୍ଲକ ଗେଟ ଭାଙ୍ଗି କାର୍ଯ୍ୟାଳୟ ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲେ । ଯୁବନେତା ପ୍ରଦୀପ ନାୟକ ଙ୍କ ସଭାପତିତ୍ୱ ରେ ବ୍ଲକ ସମ୍ମୁଖ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ନିମାପଡା ବ୍ଲକ ରେ ଯୋଗ୍ୟ ହିତାଧିକାରୀ ଙ୍କୁ ପାତର ଅନ୍ତର ଓ ଦଳୀୟ ପ୍ରୀତି ରେ ବଣ୍ଟନ ବନ୍ଦ ନହେଲେ ପରିସ୍ଥିତି ଭୟାବହ ହେବ ବୋଲି ବିଜେପି ନେତା ଦିଲ୍ଲୀପ ନାୟକ ପ୍ରଶାସନ କୁ ଚେତାବନୀ ଦେଇଥିଲେ । ଦଳ ପକ୍ଷରୁ ଅନୁଷ୍ଠିତ ଶୋଭାଯାତ୍ରା ଓ ପ୍ରତିବାଦ ସଭାରେ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ଓଝା, ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ସଚ୍ଚିଦାନନ୍ଦ ରାଉତରାୟ, ଅଜୟ କୁମାର ପରିଡା, ମାନସୀ ସେଠୀ, ଜୟନ୍ତୀ ବିଶ୍ୱାଳ, ତିଳତମା ବାରିକ, ସନ୍ଧ୍ୟାରାଣୀ ରଥ,ସବିତା ମଲ୍ଲିକ ପ୍ରମୁଖ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ଵାଇଁ, ଜଚିନ୍ଦ୍ର ସ୍ୱାଇଁ, ମାନସ ପ୍ରଧାନ, ନିରଞ୍ଜନ ନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ସ୍ଵାଇଁ, ମିନଲତା ମହାନ୍ତି, ତାପସ୍ବିନୀ ବେହେରା ,ଯୁବ ନେତା ମିଲନ ମୁଖୀ, ସନ୍ତୋଷ ପରିଡ଼ା, ରମେଶ ଜେନା, ସ୍ୱପ୍ନ ମିଶ୍ର, ଗଙ୍ଗାଧର ଜେନା, ସନ୍ତୋଷ ରଥ,ଭଗବାନ ମିଶ୍ର, ପୂର୍ଣ ସାହୂ, ବିଜୟ ପଣ୍ଡା, ଦିଲ୍ଲୀପ ପରିଡା ପ୍ରମୁଖ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ