ବିଜେପି ପକ୍ଷରୁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଙ୍କ ଜୟନ୍ତୀ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ପୂର୍ବାହ୍ନ ରେ ବାଲେଶ୍ୱର ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଥିଲା, ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଗର ମଣ୍ଡଳ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ସଭାପତିତ୍ବ କରିଥିଲେ ଏହି ଅବସର ରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ତାଙ୍କ ବକ୍ତବ୍ୟ ରେ ଦୀନଦୟାଲ ଙ୍କ ଜୀବନ କାହାଣୀ ବର୍ଣ୍ଣନା କରିବା ସହ କେନ୍ଦ୍ର ସରକାର ଙ୍କ ଦୀନଦୟାଲ ଉପାଧ୍ୟାୟ ଙ୍କୁ ସମର୍ପିତ ଅନ୍ତଦୋୟ ଯୋଜନା ରେ ସମାଜ ର ଶେଷ ଧାଡି ରେ ଥିଵା ବ୍ୟକ୍ତି ଜଣକ ଉପକାର ପାଉଅଛି ସେ ବିଷୟ ରେ ବର୍ଣନା କରିଥିଲେ,ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଦୀନ ଦୟାଲ ଙ୍କ ସଂଘର୍ଷ କାହାଣୀ ଉପରେ ଆଲୋକ ପାତ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ରେମୁଣା ର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ଜିଲ୍ଲା ସାଧାରଣ ସଂପାଦକ ପର୍ଶୁରାମ ପରିଡା,ପୂର୍ଵତନ ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସୁଷମା ରାଣୀ ବିଶ୍ୱାଳ, ନାରୀନେତ୍ରୀ ମମତା ମହାପାତ୍ର, ଜିଲ୍ଲା ଗଣମାଧ୍ୟମ ସହ ସଂଜଯୋକ ରଣଜିତ ପୃଷ୍ଟି, ଜିଲ୍ଲା ଆଇଟି ସଂଯୋଜକ ହୃଷିକେଶ ଶତପଥୀ, ନଗର ସମ୍ପାଦକ ସଙ୍ଗମ ଦାସ ପ୍ରମୁଖ ପଣ୍ଡିତ ଜୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଶେଷରେ ନଗର ସାଧାରଣ ସମ୍ପାଦକ ଯୋଗେନ ଚନ୍ଦ୍ର ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ


